ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲରେ ଅଯଥା, ଅଜଣା, ଅବାନ୍ତର ସ୍ପାମ୍ କଲ୍ସ ଆସୁଛି କି? ଚିନ୍ତା କରନ୍ତୁ ନାହିଁ । ଏଭଳି କଲ୍ସ ପାଇଁ ଟେଲିକମ୍ ସେବା ପ୍ରଦାନ କରୁଥିବା ସଂସ୍ଥାକୁ ଦାୟୀ କରାଯିବ ଓ ତା’ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ କରିବେ ଭାରତ ସରକାର । ମୋବାଇଲ ଉପଭୋକ୍ତାଙ୍କୁ ଅଯଥା କଲ୍ରୁ ମୁକ୍ତ ରଖିବା ପାଇଁ ଏଭଳି ପଦକ୍ଷେପ ଯୁକ୍ତିସଙ୍ଗତ ହେବ ବୋଲି କୁହାଯାଉଛି ।
ସୂଚନା ମୁତାବକ ସ୍ପାମ୍ କଲ୍ସ ସଂପର୍କୀତ ଅଭିଯୋଗ ପାଇବା ପରେ ଭାରତ ସରକାରଙ୍କ ଦୂରସଂଚାର ମନ୍ତ୍ରଣାଳୟ ଅଭିଯୁକ୍ତ ଟେଲିକମ୍ ସଂସ୍ଥା ବିରୋଧରେ ମାମଲା ରୁଜୁ କରି ପ୍ରାଥମିକ ଅନୁସନ୍ଧାନ କରିବ । ରିପୋର୍ଟ ପାଇବା ପରେ ଜରିମାନା ରାଶି ଧାର୍ଯ୍ୟ କରାଯାଇ ଅଭିଯୁକ୍ତ ଟେଲିକମ୍ ସେବା ସଂସ୍ଥା ନିକଟରୁ ଆଦାୟ କରାଯିବ ।
ଜରିମାନା ରାଶି ୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଅଭିଯୋଗ କଣ୍ଠାଗ୍ରତ ହେଲେ ସଂପୃକ୍ତ ଟେଲିକମ୍ ସେବା ସଂସ୍ଥାର ଲାଇସେନ୍ସ ବାତିଲ କରି ଦିଆଯିବ ।