ଯାତ୍ରୀବାହୀ ବସ୍‌ ସହ ଟ୍ରକ ଧକ୍କା: ୭ ମୃତ

ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ ହେବା ସହ ଅନେକ ଯାତ୍ରୀ ଆହତ…

ନୂଆଦିଲ୍ଲୀ : କର୍ଣ୍ଣାଟକର ହୁବଲୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ ହେବା ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନାନୁସାରେ ଏକ ଯାତ୍ରୀବାହୀ ବସ କୋଲହାପୁରରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିଲା । ତେବେ ହୁବଲୀ ଉପକଣ୍ଠରେ ଏହା ଏକ ଟ୍ରକ ସହ ଧକ୍କା ହୋଇଥିଲା । ସେହିପରି ଏହି ଦୁର୍ଘଟଣାରେ ଉଭୟ ଗାଡିରେ ଡ୍ରାଇଭର ପ୍ରାଣ ହରାଇବା ସହ ୫ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିବା ସହ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇଁ ତୁରନ୍ତ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଁଞ୍ôଚ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁଇଟି ଗାଡି ଭାରସାମ୍ୟ ହରାଇ ଏହି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି ।