ନୂଆଦିଲ୍ଲୀ: ଦିଲ୍ଲୀ-ହରିୟାଣା ସୀମାନ୍ତବର୍ତ୍ତୀ ଟିକ୍ରି-ବାହାଦୂରଗଡ ସୀମାରେ ଥିବା କୃଷକ ପ୍ରତିବାଦସ୍ଥଳରେ ଏକ ଦ୍ରୁତଗାମୀ ଟ୍ରକ୍ ଡିଭାଇଡର୍ ଉପରକୁ ମାଡିଯିବାରୁ ୩ଜଣ ମହିଳା ଚାଷୀଙ୍କର ମୃତ୍ୟୁ ଘଟିଛି । ମନସା ଯିବା ଲାଗି ଅଟୋରିକ୍ସାକୁ ଅପେକ୍ଷା କରିଥିବା ମହିଳା ଚାଷୀମାନେ ଡିଭାଇଡର ଉପରେ ବସିଥିଲେ । ଟ୍ରକ୍ ଚାପା ହେତୁ ଘଟଣାସ୍ଥଳରେ ଦୁଇଜଣ ଓ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି । ମୃତା ମହିଳା ଚାଷୀମାନେ ପଞ୍ଜାବ ଅନ୍ତର୍ଗତ ମାନସା ଜିଲ୍ଲାର ବୋଲି ରିପୋର୍ଟରୁ ଜଣାପଡିଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ମହିଳା ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକୁ ରୋହତକ୍?ସ୍ଥିତ ‘ପିଜିଆଇ’କୁ ରେଫର୍? କରାଯାଇଛି । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।