ହିନ୍ଦୁ ଭୋଟ୍ ବଳରେ ବାଜି ମାରିବେ ଟ୍ରମ୍ପ୍
ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ବ୍ୟବସାୟୀଙ୍କ ମନରେ ଆମେରିକାରେ ବସବାସ କରୁଥିବା ହିନ୍ଦୁ ଭୋଟରଙ୍କ ପ୍ରତି ଦରଦ ବଢ଼ିଯାଇଛି । ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ, ଖ୍ରୀଷ୍ଟିୟାନ, ଶିଖ ପରିବାର ଉପରେ କ୍ରମାଗତ ହମଲାକୁ କଡ଼ା ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାରେ ବସବାସ କରୁଥିବା ହିନ୍ଦୁ ପରିବାରଗୁଡ଼ିକର ଧନଜୀବନ ସୁରକ୍ଷା ପ୍ରତି ରାଷ୍ଟ୍ରପତି ଜୋଏ ବାଇଡେନଙ୍କ ମନରେ ସାମାନ୍ୟତମ ଅନୁକଂପା ନାହିଁ ବୋଲି ଟମ୍ପ ତାଙ୍କ ନିର୍ବାଚନୀ ସଭାରେ କହିଛନ୍ତି ।
ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ମଧ୍ୟ ଆମେରିକାରେ ବସବାସ କରୁଥିବା ହିନ୍ଦୁ ପରିବାର ପ୍ରତି ଦରଦୀ ମନୋଭାବ ପୋଷଣ କରନ୍ତି ନାହିଁ ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି ।
ପୁଣି ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଟ୍ରମ୍ପ ଭାରତ-ଆମେରିକା କୂଟନୈତିକ ସଂପର୍କକୁ ଆହୁରି ମଜଭୂତ କରିବେ ବୋଲି କହିଛନ୍ତି । ଆମେରିକାର ରିପବ୍ଲିକାନ୍ ଦଳ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଡୋନାଲ୍ଡ ଟ୍ରମ୍ପଙ୍କ ବେପରୁଆ ଜୀବନଶୈଳୀକୁ ଆମେରିକା ଭୋଟର କେତେଦୂର ଗ୍ରହଣ କରିନେବେ, ତାହା ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ ।