ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ ଓ ସ୍ୱିଡେନ ପରେ ଏବେ ନାଟୋରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ତୁର୍କି । ତୁର୍କୀ କହିଛି ଯେ ବିଦ୍ରୋହି ନେତାମାନଙ୍କୁ ପ୍ରତ୍ୟର୍ପଣ କରିବାକୁ ଉଭୟ ଦେଶକୁ ଅନୁରୋଧ କରିଥିଲା । କିନ୍ତୁ ସେମାନେ ତୁର୍କୀର ପ୍ରତ୍ୟର୍ପଣ ଅନୁରୋଧକୁ ଖାରଜ କରି ଦେଇଛନ୍ତି । ତୁର୍କୀ ସରକାର କହିଛି ଯେ ସେ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡକୁ ନାଟୋରେ ସାମିଲ ହେବାର ଯୋଜନାକୁ ସମର୍ଥନ କରୁନାହିଁ । ଏଥିରେ ସାମିଲ ହେବା ପାଇଁ ସମସ୍ତ ସଦସ୍ୟ ଦେଶମାନଙ୍କର ସହମତି ଥିବାର ସର୍ତ୍ତ ରହିଛି । ଏଭଳି ସ୍ଥିତିରେ ଯଦି ତୁର୍କୀ ଆପତ୍ତି କରେ ତେବେ ଉଭୟ ଦେଶ ଚାହିଁଲେ ବି ନାଟୋରେ ସାମିଲ ହୋଇପାରିବେ ନାହିଁ ।
ସେହିପରି ତୁର୍କୀର ପ୍ରତ୍ୟର୍ପଣ ଅନୁରୋଧକୁ ଖାରଜ କରିବା ସତ୍ତେ୍ୱ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ନାଟୋ ସଦସ୍ୟତା ସମ୍ବନ୍ଧରେ ରାଜି କରାଇବା ପ୍ରୟାସକୁ ଜୋରଦାର କରିଛନ୍ତି । ଯଦିଓ ତୁର୍କୀ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ । ତୁର୍କୀର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ତୁର୍କୀ ଉଭୟ ଦେଶ ନିକଟରେ ଦାବି କରୁଛି ଯେ ସେମାନେ ତାକୁ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରନ୍ତୁ ଏବଂ ତା ଉପରେ ଲାଗିଥିବା ପ୍ରତିରକ୍ଷା ଉପକରଣ ରପ୍ତାନୀ ଉପରେ ବ୍ୟାନ୍ ହଟାନ୍ତୁ ।