ଓସାକାରେ ଭୟଙ୍କର ଅଗ୍ନିକାଣ୍ଡରେ ୨୭ ମୃତ!

ଓସାକା: ଜାପାନର ଓସାକାରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୨୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏକ ମେଣ୍ଟାଲ ହେଲଥ କ୍ଲିନିକର ବ୍ୟବସାୟିକ ଭବନରେ ନିଆଁ ଲାଗିବାରୁ ଏହି ଘଟଣା ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି । ପୋଲିସ ସୂତ୍ରୁରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ନିଆଁ ଲଗାଇବା ପାଇଁ ତରଳ ପଦର୍ଥ ଢାଳିଥିଲେ । ଅଗ୍ନିକାଣ୍ଡର ଏତେ ଭୟଙ୍କର ଥିଲା ଯେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ପ୍ରାୟ ୭୦ଟି ଦମକଳ ଗାଡି । ଏହି ଅଗ୍ନିକାଣ୍ଡ ଯୋଗୁ ବହୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଓସାକା ଅଗ୍ନିଶମ ବିଭାଗ କହିଛି ଯେ ଅଗ୍ନିକାଣ୍ଡରେ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ହୋଇଛି ଓ ଆଗକୁ ଏହା ବଢିପାରେ ବୋଲି ଆଶଙ୍କା କରାଯାଉଛି ।