କାନବେରା: ଅଷ୍ଟ୍ରେଲିଆରେ ୧୬ରୁ କମ୍ ବୟସର ପିଲାମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିପାରିବେନି। ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ପ୍ରତିବନ୍ଧକ ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀ ଆଂଟୋନି ଆଲବାନିଜଙ୍କ ଏହି ନିଷ୍ପତି ବୁଧବାରଠାରୁ ପାଳନ କରାଯିବ। ସରକାର କହିଛନ୍ତି, ଏହି ପଦକ୍ଷେପ ପିଲାମାନଙ୍କୁ ସୋସିଆଲ ମିଡିଆର ନକରାତ୍ମକ ପ୍ରଭାବ ଏବଂ କ୍ଷତିକାରକ ବିଷୟବସ୍ତୁରୁ ରକ୍ଷା କରି ଏକ ସୁରକ୍ଷିତ ଏବଂ ସୁସ୍ଥ ଶୈଶବ ସୁନିଶ୍ଚିତ କରିବ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏହି ନିଷେଧକୁ ଏକ ଆବଶ୍ୟକୀୟ “ସାଂସ୍କୃତିକ ପରିବର୍ତନ’ କହିଛନ୍ତି। ଏହା ପିତାମାତାଙ୍କୁ ଅଧିକ ମାନସିକ ଶାନ୍ତି ଦେବା ପାଇଁ ଏବଂ ପିଲାମାନଙ୍କର ସୁରକ୍ଷିତ ଶୈଶବ ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ।