କୋରନା ବିରୋଧରେ ଲଢେଇ ଲାଗି ଦେଶରେ ଆଉ ଦୁଇଟି ଟିକାକୁ ମଞ୍ଜୁର

ନୂଆଦିଲ୍ଲୀ : କୋରନା ବିରୋଧରେ ଲଢେଇ ଲାଗି ଦେଶରେ ଆଉ ଦୁଇଟି ଟିକାକୁ ମଞ୍ଜୁରୀ ମିଳିଛି । ଏହି ଦୁଇଟି ହେଲା ଭାକ୍ସିନ ଓ ଗୋଟିଏ ଆଣ୍ଟି ଭାଇରାଲ ପିଲକୁ ସିଡିଏସସିଓଙ୍କ ମଞ୍ଜୁରୀ ମିଳିଛି । କୋଭୋଭାକ୍ସ ଓ ବାୟୋଲଜିକାଲ-ଇ ପ୍ରସ୍ତୁତ ଟିକା କୋଭାଭାକ୍ସକୁ ମଞ୍ଜୁରି ମିଳିଛି । ତେବେ କୋଭୋଭାକ୍ସ, କୋରବେଭାକ୍ସ ଟିକା ସମେତ ମଲନୁପିରାବୀର ଔଷଧକୁ ମଧ୍ୟ ଜରୁରୀକାଳୀନ ନିମନ୍ତେ ମଞ୍ଜୁର କରିବା ଲାଗି ଡିସିଜିଆଇଙ୍କୁ ସୁପାରିଶ କରାଯାଇଥିଲା ।

କୋଭୋଭାକ୍ସ ହେଉଛି ଆମେରିକୀୟ ଔଷଧ ନିର୍ମାତା ନୋଭୋଭାକ୍ସର ଭାରତୀୟ ସ୍ୱରୂପ । କରୋନା ମୁକାବିଲା ଲାଗି ଫିଲପାଇନ୍ସ ପ୍ରଥମେ ଏହି ଟିକାକୁ ଅନୁମୋଦନ ଦେଇଥିଲା । ଏବେ ଖୁବଶୀଘ୍ର ଭାରତରେ ମଧ୍ୟ ଏହାର ଜରୁରୀ ଉପଯୋଗ ଅନୁମତି ମିଳିବ ବୋଲି ଆଶା ବଢ଼ି ଯାଇଥିଲା । ସେହିପରି କରୋନା ବିରୋଧରେ ବେଶ ଶକ୍ତିଶାଳୀ ବୁଝା ଯାଉଥିବା ମୋଲନୁପିରାବିର ଆଣ୍ଟି ଭାଇରାଲ ବଟିକାକୁ ଏମଏସଡି ଏଣ୍ଡ ରିଜବ୍ୟାକ ବାୟୋଥେରାପୁଟିକ୍ସ ଚିକିତ୍ସା ନିମନ୍ତେ ପ୍ରସ୍ତୁତ କରିଛନ୍ତି ।

ଏହି ଔଷଧ ଆମ ଦେହରେ ଦ୍ୱିତୀୟବାର ଭୂତାଣୁ ପ୍ରବେଶକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡବ୍ୟ ଏକ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ଏଥିରେ କରୋନା ବିରୋଧରେ ଜାରି ଲଢେଇ ନିମନ୍ତେ ଆମକୁ ଆଉ ଦୁଇଟି ଅସ୍ତ୍ର ମିଳିଯାଇଛି ବୋଲି ସେ କହିଛନ୍ତି ।