ଜାମ୍ମୁ କାଶ୍ମୀର : ଏନକାଉଣ୍ଟର ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : କାଶ୍ମୀରର ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବଡଗାମ ଜିଲ୍ଲାର ଆରିବାଗ ମଚହାମା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଏନକାଉଣ୍ଟର ହୋଇଥିଲା । ଏହି ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଘରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସୂତ୍ରରୁ ପ୍ରକାଶ ଯେ ନିହତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର କମାଣ୍ଡର ଥିଲେ।

ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବାପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ କର୍ଡନ କଡାକଡି ହେବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। କିଛି ସମୟ ପାଇଁ ଉଭୟ ପାର୍ଶ୍ୱରୁ ଗୁଳି ଚଳାଇବା ଆରମ୍ଭ ହେଲା।ଏହା ସହିତ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଲା । ଗାଁର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକକୁ ସିଲ୍ କରାଯାଇଥିଲା ।