ଟ୍ରାକ୍ଟର ଓଲଟି ଦୁଇ ମହିଳା ମୃତ

ମୟୂରଭଞ୍ଜ ଜିଲ୍ଲା ବଦାମପାହାଡ଼ ଥାନା ଅନ୍ତର୍ଗତ ପୂର୍ଣ୍ଣିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…..

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବଦାମପାହାଡ଼ ଥାନା ଅନ୍ତର୍ଗତ ପୂର୍ଣ୍ଣିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ମହିଳା ଗୁରୁତର ହୋଇଛନ୍ତି । ଆହତଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ମହିଳାମାନେ ଟ୍ରାକ୍ଟର ଡଲାରେ ବସି କାମ କରିବାକୁ ଯାଉଥିଲେ । ଏହି ସମୟରେ ପୂର୍ଣ୍ଣିଆ ଗାଁ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଟ୍ରାକ୍ଟର ଡଲାରେ ବସିଥିବା ମହିଳାମାନେ ଚାପି ହୋଇଯାଇଥିଲେ ।