ରୁଷିଆ ରାଷ୍ଟ୍ରପତିଙ୍କ ୨ ଝିଅଙ୍କ ଉପରେ ଆମେରିକାର କଟକଣା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଥମିବାର ନା ନେଉନାହିଁ । ରୁଷ ସେନାର ମିସାଇଲ ଆକ୍ରମଣରେ ୟୁକ୍ରେନର ଅନେକ ସହର ଛାରଖାର ହେବା ସହ ଅନେକ ଜନସାଧାରଣ ମୃତ୍ୟୁବରଣ କରିଛନ୍ତି । ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ମସ୍କୋ ଉପରେ ଆମେରିକା ସମେତ ଅନେକ ପାଶ୍ଚାତ ଦେଶ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ମଧ୍ୟରେ ଆମେରିକା ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ୨ ଝିଅଙ୍କୁ ମଧ୍ୟ ଆମେରିକା ପ୍ରତିବନ୍ଧକ ଲଗାଇଛି । ସ୍ୱରବ୍ୟାଙ୍କ ଓ ଅଲଫା ବ୍ୟାଙ୍କକୁ ଆମେରିକୀୟ ବିତ୍ତିୟ ପ୍ରଣାଳୀ ଠାରୁ ଦୂରରେ ରହିବା ସହିତ ଆମେରିକୀୟ ନାଗରିକଙ୍କୁ ଏହି ସଂସ୍ଥା ସହିତ ବ୍ୟବସାୟ କରିବାକୁ ମନା କରାଯାଇଛି ।

ଏହା ବ୍ୟତୀତ ଆମେରିକୀୟ କଟକଣା ବଳରେ ପୁତିନଙ୍କ ଝିଅ ମାରିୟା ପୁତିନ ଓ କ୍ୟାଟରିନା ତିଖୋନୋଭା, ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ, ରୁଷୀୟ ବିଦେଶୀ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ପତ୍ନୀ ଓ ଶିଶୁଙ୍କ ବ୍ୟତୀତ ରୁଷୀୟ ସୁରକ୍ଷା ପରିଷଦର ସଦସ୍ୟ ଓ ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବଙ୍କୁ ମଧ୍ୟ କଟକଣା ତାଲିକାରେ ରଖାଯାଇଛି ।