ନୂଆଦିଲ୍ଲୀ : ୟୁକ୍ରେନ୍-ଋଷ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷର ଏହି ଆଭିମୁଖ୍ୟକୁ ନେଇ କଡ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବିଶ୍ୱ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କଲେ ଋଷ ତାର ପରିଣାମ ଭୋଗିବ ବୋଲି ଜୋ ବାଇଡେନ୍ ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ।
ଆସନ୍ତାକାଲି ଜି-୭ ରାଷ୍ଟ୍ରନେତାଙ୍କୁ ଜରୁରୀକାଳୀନ ବୈଠକ ପାଇଁ ଆମନ୍ତ୍ରୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ନାଟୋ ସହଯୋଗୀ ଦେଶ ମାନଙ୍କ ସହିତ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।
Next Post