୧୨ ବର୍ଷୀୟାଙ୍କ ପ୍ରେମରେ ଉବୁଟୁବୁ ମିକା

କିଶୋରୀଙ୍କ ହୃଦୟରେ ବିରାଜିତା ରିବା ସିନା ମିକାଙ୍କ ସହ ନାଚି ଆକାଶକୁ ଛୁଇଁ ପାରିଛନ୍ତି….

ମୁମ୍ବାଇ: ଜଣେ ୧୨ ବର୍ଷ ବୟସର ଅଭିନେତ୍ରୀଙ୍କ ପ୍ରେମରେ ପଡ଼ି ଯାଇଛନ୍ତି ୪୫ ବର୍ଷ ବୟସର ଗାୟକ ମିକା ସିଂହ । ନିକଟରେ ମୁକ୍ତିଲାଭ କରିଛି ନାବାଳିକାଙ୍କ ମନରେ ଉନ୍ମାଦନା ସୃଷ୍ଟି କରିବା ଭଳି ଭିଡିଓ । ଉକ୍ତ ଭିଡିଓରେ ଅଭିନେତ୍ରୀ ରିବା ଅରୋରା ଗାୟକ ମିକା ସିଂହଙ୍କୁ ମତୁଆଲା କରିଛନ୍ତି । ଝିଅ ବୟସର ଅଭିନେତ୍ରୀଙ୍କ ସହ ମିକା ନାଚୁଥିବାର ଦେଖି ଅଧିକାଂଶ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି ।

କ୍ୟାମେରା ସାମ୍ନାରେ ଅଧିକ ବୟସର ଗାୟକ ଓ ଅଭିନେତାଙ୍କ ସହ ରୋମାନ୍ସ କରି ରିବା ନିଜ ପାଇଁ ସ୍ୱତନ୍ତ୍ର ପ୍ରଶଂସକ ସାଉଁଟି ପାରିଛନ୍ତି । କିଶୋରୀଙ୍କ ହୃଦୟରେ ବିରାଜିତା ରିବା ସିନା ମିକାଙ୍କ ସହ ନାଚି ଆକାଶକୁ ଛୁଇଁ ପାରିଛନ୍ତି । ହେଲେ ମିକାଙ୍କୁ ଦିନରାତି ସମାଲୋଚନାର ବାଣ ଶୁଣିବାକୁ ପଡୁଛି ।