ବର୍ଷାରେ ଉବୁଟୁବୁ ମାୟାନଗରୀ

ମୁମ୍ବାଇର ଅଧିକାଂଶ ସହରରେ ପ୍ରବଳ ବର୍ଷା ଯୋଗୁ ଚାରିଆଡ଼ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି….

ମୁମ୍ବାଇ: ବର୍ଷାରେ ଉବୁଟୁବୁ ମାୟାନଗରୀ । ଭାସୁଛୁ ମୁମ୍ବାଇ, ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି । କେଉଁଠି ବସ୍‌ ଭାସୁଛି ତ ଆଉ କେଉଁଠି ଟ୍ରେନ ଲାଇନରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଯାତାୟତ ଏକ ପ୍ରକାର ଠପ ହୋଇପଡିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆହୁରି ୪ ଦିନ ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୁମ୍ବାଇର ଅଧିକାଂଶ ସହରରେ ପ୍ରବଳ ବର୍ଷା ଯୋଗୁ ଚାରିଆଡ଼ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁ ଟ୍ରେନଗୁଡ଼ିକ ଧୀର ମନ୍ଥର ଗତିରେ ଚାଲୁଛି । ଗତ ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୯୫.୮୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଓ କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି ।