ଉଦୟପୁର ହତ୍ୟାକାଣ୍ଡ ଘଟଣା: ନିନ୍ଦା କଲେ ଓୱେସୀ

ଅଭିଯୁକ୍ତ ମାନେ ଜାରି କରିଥିବା ଭିଡିଓରେ ଜଣେ ଧମକ ମଧ୍ୟ ଦେଉଛନ୍ତି…

ଜୟପୁର: ରାଜସ୍ଥାନରେ ଘଟିଥିବା ସାମ୍ପ୍ରଦାୟିକ ବୀଭତ୍ସ ହତ୍ୟାକାଣ୍ଡକୁ ଏଆଇଏମଆଏମ ମୁଖ୍ୟ ଅସାଦ୍ଦୁଦିନ ଓୱେସୀ କଡ଼ା ନିନ୍ଦା କରିଛନ୍ତି । ଜଣେ ଟେଲରଙ୍କ ଗଳା କାଟି ନିର୍ମମ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଓୱେସୀ । ଯେଉଁଥିରେ ସମ୍ପୃକ୍ତ ଅଭିଯୁକ୍ତ ୨ ଜଣ ନିଜକୁ ହତ୍ୟାକାରୀ ଭାବେ ଦାବି କରିବା ସହ ଇସଲମାକୁ ଅପମାନିତ କରିବାରୁ ଏଭଳି କାଣ୍ଡ ଭିଆଇଥିବା କହିଛନ୍ତି । ଅଭିଯୁକ୍ତ ମାନେ ଜାରି କରିଥିବା ଭିଡିଓରେ ଜଣେ ଧମକ ମଧ୍ୟ ଦେଉଛନ୍ତି । ଏହାକୁ ନେଇ ଦେଶବ୍ୟାପି ହଇଚଇ ସୃଷ୍ଟି ହୋଇଥିବା ବେଳେ ଓୱେସୀ କହିଛନ୍ତି ଯେ, ମୁଁ ଏହି ଘଟଣାକୁ ଦୃଢ଼ତାର ସହ ନିନ୍ଦା କରୁଛି । ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ ଦାବି କରିଛନ୍ତି । କାହାକୁ ହତ୍ୟା କରିବା ଆଇନ ଅନୁମତି ଦେଇ ନାହିଁ । କେହି କାହାକୁ ହତ୍ୟା କରିବା ଅନୁଚିତ । ଆମେ ଆଇନକୁ ହାତକୁ ନେଇ ପାରିବାକୁ ନାହିଁ । ଏହା ଏକ ଜଘନ୍ୟ ଅପରାଧ । କିନ୍ତୁ ଆମେ ମଧ୍ୟ ନୁପୁର ଶର୍ମାଙ୍କ ଗିରଫ ଦାବି କରୁଛୁ ବୋଲି ଓୱେସୀ କହିଛନ୍ତି ।