ବିଜେପିକୁ ଉଦ୍ଧବଙ୍କ କଡା ଚେତାବନୀ

ଏବେ ସେମାନଙ୍କୁ ଶିବସୈନିକଙ୍କ କଣ୍ଟା ଦେଖିବାକୁ ପଡିବ…

ମୁମ୍ୱାଇ: ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଏବେ ତାଙ୍କ ଘନିଷ୍ଠ ସଞ୍ଜୟ ରାଉତ ଇଡି ହେପାଜତରେ ଅଛନ୍ତି । ଏହାରି ଭିତରେ ବିଜେପିକୁ କଡା ଚେତାବନୀ ଦେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଉଦ୍ଧବ କହିଛନ୍ତି ବିଜେପି ଜଲଗାଓଁରେ ଗୋଲାପ ଦେଖିଛି, କିନ୍ତୁ ଏବେ ସେମାନଙ୍କୁ ଶିବସୈନିକଙ୍କ କଣ୍ଟା ଦେଖିବାକୁ ପଡିବ । ଜଲଗାଓଁରୁ ଶିବସେନାର ବିଦ୍ରୋହୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୁଲାବରାଓ ପାଟିଲରୁ ଟାର୍ଗେଟ କରି ଉଦ୍ଧବ ଏହି କଥା କହିଛନ୍ତି । ଏହାସହ ଉଦ୍ଧବ ଠାକରେ କହିଛନ୍ତି, ‘ଆମେ ସେମାନଙ୍କୁ ଆମର ଭଲପାଇବା ଏବଂ ଭରଷା ଦେଇଥିଲୁ କିନ୍ତୁ ସେମାନେ ଆମ ଭରଷା ଭାଙ୍ଗିଛନ୍ତି । ସାପକୁ ଯେତେ କ୍ଷୀର ଦେଲେ ମଧ୍ୟ ସେ ଯେବେ ଚୋଟ ମାରିବାକୁ ଚାହିଁବ ସେ ମାରିବ ।