ଆସାମ ମାଟିରୁ ଉଗ୍ରବାଦ ଖତମ: କେନ୍ଦ୍ର ଓ ଉଲଫା ବୁଝାମଣା

ଗୌହାଟି: ଆସାମ ମାଟିକୁ ରକ୍ତପାତ ଲୋପ କରିବା ପାଇଁ କେନ୍ଦ୍ର ସରକାର ଓ ବିଦ୍ରୋହୀ ସଂଗଠନ ‘ଉଲଫା’ ମଧ୍ୟରେ ଶାନ୍ତି ରାଜିନାମା ହୋଇଯାଇଛି ।

ଭାରତ ସରକାର, ଉଲଫା ଓ ଆସାମ ମଧ୍ୟରେ ତ୍ରିପକ୍ଷ ରାଜିନାମା ହୋଇଯାଇଛି । ଦୀର୍ଘ ୪୦ ବର୍ଷ ପରେ ଉଲଫା ହିଂସା ରକ୍ତପାତ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛି । ଭାରତର ଉତର-ପୂର୍ବ ଭାଗକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ଏକପ୍ରକାର ସକ୍ଷମ ହୋଇଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଆସାମ ଡିଜିପି ଜିପି ସିଂ ଓ ଉଲଫା ନେତାମାନେ ଶାନ୍ତି ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ତେବେ ପରେଶ ବରୁଆଙ୍କ ନେତୃତ୍ୱରେ ମୁଣ୍ଡ ଟେକିଥିବା ରକ୍ତମୁଖା ଉଲଫା ସଂଗଠନ ଶାନ୍ତି ରାଜିନାମାରୁ ବାଦ ପଡ଼ିଛି ।