ରୁଷ ମିସାଇଲ ମାଡରେ ୟୁକ୍ରେନର ସବୁଠାରୁ ବଡ ତୈଳ ରିଫାଇନାରୀ ଧ୍ୱଂସ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ଏହି ଯୁଦ୍ଧକୁ ଏକ ମାସରୁ ଅଧିକ ଦିନ ହେବ ଚାଲିଛି । ରୁଷ ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ଅନେକ ଧନଜୀବନ କ୍ଷତି ହେଲାଣି । ଏହାର ମଧ୍ୟରେ ୟୁକ୍ରେନ ମଧ୍ୟ ରୁଷକୁ କଡା ଜବାବ ଦେଉଛି । ୟୁକ୍ରେନ ଏଇ ନିକଟରେ ରୁଷର ଏକ ତୈଳ ଡିପୋରେ ଏୟାର ଷ୍ଟ୍ରାଇକ କରିଥିଲା ।

ଅନ୍ୟପକ୍ଷରେ ରୁଷ ପକ୍ଷରୁ ୟୁକ୍ରେନର ଅନେକ ସହର ଦଖଲ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ଏବେସୁଦ୍ଧା ସଫଳ ହୋଇନାହିଁ । ଯାହାକୁ ନେଇ ଏବେ ରୁଷ ଅଧିକ ଆକ୍ରାଣାତ୍ମକ ହୋଇପଡିଛି । ଅନ୍ୟପକ୍ଷରେ ରୁଷ ସୈନ୍ୟ ମିସାଇଲ ମାଡରେ ୟୁକ୍ରେନର ସବୁଠାରୁ ବଡ ତୈଳ ରିଫାଇନାରୀ ଧ୍ୱଂସ ହୋଇଯାଇଛି ।

ଏହି ଯୁଦ୍ଧ ୩୮ ଦିନରେ ପହଁଚିଲାଣି । କେହି କିନ୍ତୁ ପଛକୁ ହଟୁନାହାନ୍ତି । ସୂଚନାଯୋଗ୍ୟ ଯେ, ୟୁକ୍ରେନର ପୂରା ସହର ଏକ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ହଜାର ହଜାର ଲୋକଙ୍କ ଶବ ପୋତିହୋଇ ରହିଥବା ଆଶଙ୍କା କରାଯାଉଛି ।

ସେହିପରି ମାରିୟୁପୋଲ୍‌ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିଚାଲିଛି । ସେହିପରି ସେଠାରେ ଖାଦ୍ୟ, ପାଣି, ବିଦ୍ୟୁତ, ଗ୍ୟାସ କିଛି ବି ଜରୁରୀ ସାମଗ୍ରୀ ଉପଲବ୍ଧ ନାହିଁ । ଉଭୟ ଯୁଦ୍ଧକୁ ୩୮ ବିତିଥିଲେ ସୁଦ୍ଧା ରୁଷ୍‌ ଏବେ କିବ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରି ପୂର୍ବ ଏବଂ ଦକ୍ଷିଣ ଉପରେ ଅଧିକ ଫୋକସ୍‌ କରିଛି । ଏହାସହ ୟୁକ୍ରେନରେ ଥିବା ସବୁଠାରୁ ବଡ ତୈଳ ରିଫାଇନାରୀ ଉପରେ ରୁଷ ମିସାଇଲ ମାଡ କରି ଧ୍ୱଂସ କରିଦେଇଛି ।