ସମଗ୍ର ଦେଶରେ 100 ଟି ସୁସ୍ଥ ଏବଂ ସ୍ୱଚ୍ଛ ଫୁଡ୍ ଷ୍ଟ୍ରିଟ୍ ବିକାଶ ପାଇଁ ‘ଫୁଡ୍ ଷ୍ଟ୍ରିଟ୍ ପ୍ରୋଜେକ୍ଟ’ର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ
ଫୁଡ୍ ଷ୍ଟ୍ରିଟକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ପ୍ରତି ଫୁଡ ଷ୍ଟ୍ରିଟକୁ 1 କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବ। ଏହା ମାଧ୍ୟମରେ ପାଇଲଟ୍ ପ୍ରକଳ୍ପ ଭାବରେ ଦେଶର ବିଭିନ୍ନ ସ୍ଥାନରେ 100 ଟି ଫୁଡ ଷ୍ଟ୍ରିଟର ସ୍ଥାପନା କରାଯିବ। ଏହି ଅନୁଦାନ ଏନଏଚଏମ୍ ମାଧ୍ୟମରେ 60:40 କିମ୍ବା 90:10 ଅନୁପାତରେ ପରିଚାଳିତ ହେବ ଏବଂ ଏଥିରେ ସର୍ତ୍ତ ରହିଛି ଯେ ଏହି ଫୁଡ୍ ଷ୍ଟ୍ରିଟର ବ୍ରାଣ୍ଡିଂ ଏଫଏସଏସଏଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯିବ।
ନିରାପଦ ପାନୀୟ ଜଳ ଯୋଗାଣ, ହାତ ଧୋଇବା, ଶୌଚାଳୟ ସୁବିଧା, ସାଧାରଣ ଅଞ୍ଚଳର ଟାଇଲ୍ ଚଟାଣ, ଉପଯୁକ୍ତ ତରଳ ଏବଂ କଠିନ ବର୍ଜ୍ୟବସ୍ତୁ ନିଷ୍କାସନ, ଡଷ୍ଟବିନ ଯୋଗାଣ, ବିଲବୋର୍ଡ ବ୍ୟବହାର, ଫାକେଡ୍ ପ୍ରସ୍ତୁତି ଏବଂ ସ୍ଥାୟୀ ପ୍ରକୃତିର ସାଇନେଜ୍ ଭଳି କାର୍ଯ୍ୟକଳାପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ସହିତ ସାଧାରଣ ଷ୍ଟୋରେଜ୍ ସ୍ପେସ୍, ଆଲୋକୀକରଣ, ନିର୍ଦ୍ଦିଷ୍ଟ ପ୍ରକାରର ଟ୍ରେଡ, ବ୍ରାଣ୍ଡିଂ ଇତ୍ୟାଦି ପାଇଁ ସ୍ୱତନ୍ତ୍ର କାର୍ଟ ସୁବିଧା ମଧ୍ୟ ରହିବ।
ଏଫଏସଏସଏଆଇ ର ବୈଷୟିକ ସହାୟତା ବ୍ୟତୀତ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ (ଏମଓୟୁଏଚଏ) ସହିତ ମିଳିତ ଭାବରେ ଏନଏଚଏମ ମାଧ୍ୟମରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ। ବୈଷୟିକ ସହାୟତାରେ ରହିଛି ଫୁଡ୍ ଷ୍ଟ୍ରିଟର ଡିଜାଇନ୍, ଏକ ଏସଓପି ପ୍ରସ୍ତୁତି ଏବଂ ହାଜାର୍ଡ ଆନାଲିସିସ୍ ଆଣ୍ଡ କ୍ରିଟିକାଲ୍ କଣ୍ଟ୍ରୋଲ୍ ପଏଣ୍ଟସ (ଏଚଏସିସିପି) ପ୍ରୋଟୋକଲ୍ ଅଧୀନରେ ତାଲିମ ପ୍ରଦାନରେ ସହାୟତା ଅନ୍ତର୍ଭୁକ୍ତ ରହିଛି।
ଷ୍ଟ୍ରିଟ୍ ଖାଦ୍ୟ ଭାରତୀୟ ଖାଦ୍ୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଭାରତୀୟ ଖାଦ୍ୟ ଅର୍ଥନୀତିକୁ ବଜାୟ ରଖିବା ଏବଂ ଗଠନରେ ଏକ ଅତୁଳନୀୟ ଭୂମିକା ଗ୍ରହଣ କରିଛି | ଏହା କେବଳ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ସୁଲଭ ଏବଂ ସୁସ୍ବାଦୁ ଖାଦ୍ୟର ଉତ୍ସ ନୁହେଁ ବରଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ପ୍ରମୁଖ ଯୋଗଦାନ ଦେଇଥାଏ। ଦ୍ରୁତ ସହରୀକରଣ ସହିତ, ଷ୍ଟ୍ରିଟ୍ ଫୁଡ୍ ହବ୍ ମାଧ୍ୟମରେ ସହଜରେ ସୁସ୍ବାଦୁ ଖାଦ୍ୟ ମିଳିପାରୁଛି କିନ୍ତୁ ଏହି ହବ୍ ଗୁଡିକରେ ଖାଦ୍ୟ ସୁରକ୍ଷା ଏବଂ ସ୍ୱଚ୍ଛତା ଏକ ଚିନ୍ତାର ବିଷୟ |
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଫୁଡ୍ ଷ୍ଟ୍ରିଟ୍ ହବ୍ ପାଇଁ ସ୍ୱଚ୍ଛତା ଏବଂ ଖାଦ୍ୟ ନିରାପତ୍ତା ମାନକର ପ୍ରୋଟୋକଲରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ଏହି ପଦକ୍ଷେପଗୁଡ଼ିକରେ ଖାଦ୍ୟ ନିୟନ୍ତ୍ରକମାନଙ୍କର ତାଲିମ, ସ୍ବାଧୀନ ତୃତୀୟ-ପକ୍ଷ ଅଡିଟ୍ ଏବଂ ଇଟ୍ ରାଇଟ୍ ଇଣ୍ଡିଆ ଆନ୍ଦୋଳନର କ୍ଲିନ୍ ଷ୍ଟ୍ରିଟ୍ ଫୁଡ୍ ହବ୍ ପଦକ୍ଷେପ ଅନ୍ତର୍ଗତ ପ୍ରମାଣପତ୍ର ଅନ୍ତର୍ଭୁକ୍ତ ରହିଛି।
ପରାମର୍ଶ ଦିଆଯାଇଥିବା ଫୁଡ୍ ଷ୍ଟ୍ରିଟ ସଂଖ୍ୟାର ରାଜ୍ୟ ଅନୁଯାୟୀ ତାଲିକା ନିମ୍ନ ପ୍ରକାରେ :
| S.N. | State/UT |
No. of food streets |
| 1 | Andhra Pradesh | 4 |
| 2 | Assam | 4 |
| 3 | Bihar | 4 |
| 4 | Chhattisgarh | 4 |
| 5 | Delhi | 3 |
| 6 | Goa | 2 |
| 7 | Gujarat | 4 |
| 8 | Haryana | 4 |
| 9 | Himachal Pradesh | 3 |
| 10 | Jammu & Kashmir | 3 |
| 11 | Jharkhand | 4 |
| 12 | Karnataka | 4 |
| 13 | Kerala | 4 |
| 14 | Ladakh | 1 |
| 15 | Madhya Pradesh | 4 |
| 16 | Maharashtra | 4 |
| 17 | Odisha | 4 |
| 18 | Punjab | 4 |
| 19 | Rajasthan | 4 |
| 20 | Tamil Nadu | 4 |
| 21 | Telangana | 4 |
| 22 | Uttar Pradesh | 4 |
| 23 | Uttarakhand | 4 |
| 24 | West Bengal | 4 |
| 25 | Arunachal Pradesh | 1 |
| 26 | Manipur | 1 |
| 27 | Meghalaya | 1 |
| 28 | Mizoram | 1 |
| 29 | Nagaland | 1 |
| 30 | Sikkim | 1 |
| 31 | Tripura | 1 |
| 32 | A & N Islands | 1 |
| 33 | Chandigarh | 1 |
| 34 | DI) & DNH | 1 |
| 35 | Lakshadweep | 1 |
| 36 | Puducherry | 1 |
| Total | 100 |
BS