ୟୁପି”ଫାଜିଲ୍ ନଗର’ ନାମ ବଦଳିବ, ହେବ “ପାବା ନଗର’

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ନୂଆଦିଲ୍ଲୀ: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଆଉ ଏକ ଇସଲାମିକ୍ ନାମ ବଦଳାଇବା ମୁଡ୍‌ରେ ଅଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଫାଜିଲ ନଗର ନାମ ବଦଳାଇ ଜୈନ ବିଶ୍ୱାସ ଅନୁସାରେ କରାଯିବ ।

ଗାଜିଆବାଦ ମୁରାଦନଗର ଶ୍ରୀତରୁଣ ସଗରାମ ପାରସନାଥ ଅତିଶୟ ତୀର୍ଥଧାମରେ ଗୁମ୍ଫା ମନ୍ଦିର ଉଦ୍‌ଘାଟନ ସମାରୋହରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଥିଲେ । ଆଦିତ୍ୟନାଥ କହିଛନ୍ତି, ଜୈନ ମୁନି ପରମ୍ପରା ତପ, ତ୍ୟାଗ ଓ ନୈତିକ ଜୀବନ ବାର୍ତା ପ୍ରଦାନ କରିଥାଏ, ଯାହା ସମାଜକୁ ମାର୍ଗଦର୍ଶନ କରିବାରେ ସହାୟକ ହୋଇଥାଏ । ନାନା ଦୃଷ୍ଟିକୋଣରୁ କୁଶୀନଗର ଅନ୍ତର୍ଗତ ଫାଜିଲ ନଗର ନାମ ଜୈନ ସମାଜର ଐତିହାସିକ ଆସ୍ଥା ଅନୁରୂପ ‘ପାବା ନଗର’ କରାଯିବ । ପାବା ସେହି ପବିତ୍ର ସ୍ଥଳ, ଯୋଉଠି ଭଗବାନ ମହାବୀରଙ୍କ ମହା ପରିନିର୍ବାଣ ଘଟିଥିବା ବିଶ୍ୱାସ କରାଯାଏ ।

ଏଥିପାଇଁ କ୍ଷେତ୍ରର ପରିଚୟକୁ ତା\’ର ଆଧ୍ୟାତ୍ମିକ ମହତ୍ୱ ଅନୁରୂପ ସମ୍ମାନ ଦେବାର ଆବଶ୍ୟକତା ରହିଛି । କୁଶୀନଗର ଜିଲ୍ଲାରେ ଫାଜିଲ ନଗର ଭୌଗୋଳିକ ଅବସ୍ଥିତି ଓ ବାଣିଜ୍ୟ ଦୃଷ୍ଟିରୁ ପ୍ରସିଦ୍ଧ । ୟୁପିର ପୂର୍ବାଂଚଳ ସହିତ ବିହାରକୁ ଯୋଡ଼ିଛି ।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉପସ୍ଥାପିତ ୯ଟି ଦୃଷ୍ଟିକୋଣରୁ ଶୃଙ୍ଖଳିତ ଜୀବନ ଯାପନ, ସ୍ୱାବଲମ୍ୱନ, ସେବା ଓ ସାମାଜିକ ସଂସ୍କାର ମାଧ୍ୟମରେ ସାକାର କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଆଧ୍ୟାତ୍ମିକତା ହେଉଛି ସେହି ଶକ୍ତି ଯାହା ସମାଜରେ ସନ୍ତୁଳନ, ସମନ୍ୱୟ ଓ ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରାଇଥାଏ । କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରସନ୍ନ ସାଗର ମହାରାଜ କହିଛନ୍ତି, ଭାରତର ପରମ୍ପରା ତ୍ୟାଗ, ତପ ଓ ସାଧନାର ଭୂମି । ରାଜନୀତିରେ ସନାତନ ଧର୍ମର ସହଭାଗିତା ଏହା ଦର୍ଶାଇଛି ଯେ, ରାଷ୍ଟ୍ର ଆଜି ଆଧ୍ୟାତ୍ମିକ ମୂଲ୍ୟବୋଧକୁ ନେଇ ଆଗକୁ ବଢୁଛି ।

ଏହି ସମୟରେ ତରୁଣ ସାଗର ତୀର୍ଥ ଏବଂ ତରୁଣ କ୍ରାନ୍ତି ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୋଟିଏ ଗୁରୁକୂଳ, ଗୋଟିଏ ଗୋଶାଳା ଏବଂ ଏକ ଆୟୁର୍ବେଦିକ ବିଦ୍ୟାଳୟ ଖୋଲିବା ପାଇଁ ଦାବି କରାଯାଇଥିଲା । ବିଜେପିର ନାମକରଣ ରାଜନୀତି ହିନ୍ଦୁତ୍ୱର ପରାକାଷ୍ଠାକୁ ମଜଭୁତ କରୁଛି ।