ତାଇୱାନ ପାଇଁ ଆମେରିକା-ଚାଇନା ମୁହାଁମୁହ
ଏହାପରେ ତାଇୱାନର ଯୁଦ୍ଧ ବିମାନ ତାଙ୍କୁ ସମସ୍ତଙ୍କ ପ୍ରକାରର ସୁରକ୍ଷା ଯୋଗାଇ ଦେଇଥିଲେ….
ନୂଆଦିଲ୍ଲୀ: ଆମେରିକା-ଚାଇନା ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି । ଚାଇନାର ଖୋଲା ଧମକ ସତ୍ତେ୍ୱ ତାଇୱାନରେ ପହଞ୍ଚିଛନ୍ତି ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି । ଆମେରିକା ସରକାରଙ୍କ ସ୍ୱତନ୍ତ୍ର ବିମାନରେ ନାନ୍ସି ତାଇୱାନ ବାୟୁସୀମାରେ ପ୍ରବେଶ କରିଥିଲେ । ଏହାପରେ ତାଇୱାନର ଯୁଦ୍ଧ ବିମାନ ତାଙ୍କୁ ସମସ୍ତଙ୍କ ପ୍ରକାରର ସୁରକ୍ଷା ଯୋଗାଇ ଦେଇଥିଲେ । ସୀମା ଅତିକ୍ରମ କରି ତାଇପେଇ ସହରର ଏୟାରପୋର୍ଟରେ ନାନ୍ସିଙ୍କ ବିମାନ ପହଞ୍ଚିବା ଯାଏ ତାଙ୍କୁ ଯୁଦ୍ଧ ବିମାନ ତାଙ୍କ ସହ ଉଡ଼ାଣ କରିଥିଲା । ସେହିପରି ଚାଇନା ଧମକ ଦେଇଥିବାରୁ ତାଇୱାନ ଆର୍ମି ନାନ୍ସିଙ୍କୁ ସ୍ଥଳ ଭାଗରେ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିଛି ।
ଚାଇନାର ବିପଦକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟ ତାଇୱାନର ପୂର୍ବ ଭାଗରେ ୪ଟି ଯୁଦ୍ଧ ଜାହାଜ ମୁତୟନ କରିଛି । ଏୟାକ୍ରାଫ୍ଟ ବ୍ୟାରିୟର ମଧ୍ୟ ଆମେରିକା ସେନା ତାଇୱାନ ସୀମାରେ ମହଜୁଦ କରି ରଖିଛି । ତାଇୱାନ ସୀମା ନିକଟରେ ବେଜିଂ ପକ୍ଷରୁ ଯୁଦ୍ଧ ଜାହାଜ ଉଡ଼ା ଯାଇଛି । ସେହିପରି ତାଇୱାନ ସୀମାକୁ ଲାଗି ରହିଥିବା ୬ଟି ରିଜନରେ ଚାଇନା ସେନା ମିଲିଟାରୀ ଡ୍ରିଲ କରିବ ବୋଲି ମଧ୍ୟ ଘୋଷଣା କରିଛି ।
ତାଇୱାନକୁ ଚାଇନା ସବୁବେଳେ ନିଜର କହି ଆସୁଛି । ହେଲେ ଏହାକୁ ସେଠାକାର ଲୋକ ଗ୍ରହଣ କରୁ ନାହାନ୍ତି । ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ କହିଥିଲେ ଯେ, ଚାଇନାର ସାର୍ବଭୌମତ୍ୱ ସୁରକ୍ଷା ସ୍ୱାର୍ଥକୁ ଯଦି ଆମେରିକା ଅଣଦେଖା କରିବ, ତା’ହେଲେ ଏଥିପାଇଁ ଦେଶକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଯାହା ବି ଘଟଣା ଘଟିବ, ସେଥିପାଇଁ ଆମେରିକା ହିଁ ଦାୟୀ ରହିବ ।