ନୂଆଦିଲ୍ଲୀ: ଆମେରିକା ନିଜ ନୌସେନାର ଏକ ଜାହାଜର ମରାମତି ପାଇଁ ଭାରତରେ ପହଞ୍ଚିଲା । ଭାରତ କମ ମୂଲ୍ୟରେ ଜାହାଜ ମରାମତି କରାଉଥିବାବେଳେ ବିଶ୍ୱ ବଜାରରେ ଏହାର ଚାହିଦା ବଢିଛି । ଏଥିଲାଗି ଜାହାଜ ମରାମତି ପାଇଁ ଭାରତରେ ପହଞ୍ଚିଲା ଆମେରିକା ନୌସେନାର ଜାହାଜ । ଭାରତର ସିପୟାର୍ଡ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଜାହାଜକୁ ମରାମତି କରୁଛି । ଏ ନେଇ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର କହିଛନ୍ତି ଯେ ଆମେରିକା ନୌସେନାକୁ ଭାରତରେ ସ୍ୱାଗତ କରୁଛୁ । ଏହାଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ ହେବ ।
ଭାରତରେ ଏବେ ୨ ବିଲିୟନ ଡଲାରର ସିପୟାର୍ଡ ରହିଛି । ଭାରତ କେବଳ ନିଜ ଆବଶ୍ୟକତା ପୂରଣ ପାଇଁ ଜାହାଜ ନିର୍ମାଣ କରୁନାହିଁ । ଆମର ନିଜସ୍ୱ ଡିଜାଇନ ହାଉସ ରହିଛି । ଯାହାକି ଅନେକ ପ୍ରକାରର ଜାହାଜ ନିର୍ମାଣରେ ସକ୍ଷମ । ଭାରତୀୟ ପ୍ରତିରକ୍ଷା ଇଣ୍ଡଷ୍ଟ୍ରିକୁ ସହଯୋଗ କରିଥିବାରୁ ଡକ୍ଟର ଅଜୟ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି । ଏହାଦ୍ୱାରା ପ୍ରତିରକ୍ଷା ରପ୍ତାନି ବୃଦ୍ଧି ପାଇବ ବୋଲି ସେ ଆଶା ରଖିଛନ୍ତି ।