ମହଙ୍ଗା ହେବ ଟ୍ୱିଟର ବ୍ୟବହାର!
ନିକଟରେ ଟ୍ୱିଟରକୁ କିଣିଥିବା ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ ଏକ ବଡ ସଙ୍କେତ….
ନୂଆଦିଲ୍ଲୀ : ନିକଟରେ ଟ୍ୱିଟରକୁ କିଣିଥିବା ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ ଏକ ବଡ ସଙ୍କେତ ଦେଇଛନ୍ତି । ଆଗାମୀ ଦିନରେ ଟ୍ୱିଟର ବ୍ୟବହାର ପାଇଁ ଟଙ୍କା ଦେବାକୁ ପଡିବ ବୋଲି ସେ ଇଶାରା ଦେଇଛନ୍ତି । ତେବେ ସେ ଟ୍ୱିଟ୍ କରି କହିଛନ୍ତି ଯେ ସାଧାରଣ ୟୁଜରଙ୍କ ପାଇଁ ଟ୍ୱିଟର ସର୍ବଦା ଫ୍ରି ରହିବ । କିନ୍ତୁ ସରକାରୀ କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କୁ ଏହି ପ୍ଲାଟଫର୍ମ ବ୍ୟବହାର ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ହେବ । ସୂଚନାଯୋଗ୍ୟ ଯେ, ଏଲନ ଟ୍ୱିଟରକୁ ୪୪ ଅରବ ଡଲାରରେ କ୍ରୟ କରିଥିଲେ । ସେହିପରି ସେ କମ୍ପାନୀରେ ବଡ ଧରଣର ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।