ମହାକାଶରୁ ପୃଥିବୀକୁ ନିରୀକ୍ଷଣ କରୁଛି ବାଷ୍ପ ସୁନ୍ଦରୀ

ପୃଥିବୀ ଭୂପୃଷ୍ଠରୁ ମହାକାଶରେ ପ୍ରାୟ ୬ ହଜାର ଆଲୋକ ବର୍ଷ ଦୂରତାରେ ଚକ୍‌ମକ୍‌ କରୁଥିବା ‘ସ୍ନୋମ୍ୟାନ’ ଛବି ଉଠାଇଛି ‘ନାସା’ର ଶକ୍ତିଶାଳୀ ହୁବେଲ ଟେଲିସ୍କୋପ୍‌ । ନାସା ସୂଚନା ମୁତାବକ ଉକ୍ତ ଛବିଟି ଗୋଟିଏ ଗ୍ୟାସୀୟ ମଣ୍ଡଳ ଯାହାର ଚାରିପଟେ ଏକାଧିକ ବିଶାଳ ନକ୍ଷତ୍ର ରହିଛନ୍ତି ।

ଉକ୍ତ ନକ୍ଷତ୍ରଗୁଡ଼ିକରୁ ବିଛୁରିତ ଆଲୋକରେ ଗ୍ୟାସୀୟ ମଣ୍ଡଳଟି ମନଲୋଭା ହୋଇଉଠିଛି । ନାସା’ ତା’ର ଇନଷ୍ଟାଗ୍ରାମରେ ଛବିଟିକୁ ସେୟାର କରିଛି । ଛବିଟିର ତଳପାଖକୁ ଲେଖିଛି, ଆପଣମାନେ ହୁବଲ ଛବିଟିକୁ ଦେଖିଛନ୍ତି? ଏହି ସୁନ୍ଦରୀ ସ୍ନୋମ୍ୟାନ୍‌ ନେବୁଲା ପ୍ରାୟ ୬ ହଜାର ଆଲୋକ ବର୍ଷ ଦୂରରେ ରହି ଆମକୁ ନିରୀକ୍ଷଣ କରୁଛି ।