ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତର ଅନୁମୋଦନ ମିଳିପାରେ ଡ୍ରଗ୍ ଫାର୍ମ ଜିଡସ୍ କ୍ୟାଡିଲା ଟିକା । ସୂଚନା ଅନୁଯାୟୀ ଏହି ସପ୍ତାହରେ ଟିକାର ବ୍ୟବହାରକୁ ମିଳିପାରେ ଅନୁମତି । ଏହି ଟିକା ନେବା ପାଇଁ ହେଲେ ଚୁଞ୍ଚିର ଦରକାର ନାହିଁ । କମ୍ପାନୀ ଏହାର କରୋନା ଟିକା ପାଇଁ ଭାରତରେ ଏପର୍ୟ୍ୟନ୍ତ ୫୦ରୁ ଅଧିକ କେନ୍ଦ୍ରରେ କ୍ଲିନିକାଲ୍ ପରୀକ୍ଷା କରିଛି । ଅହମ୍ମଦାବାଦସ୍ଥିତ ଜାଇଡସ କାଡିଲାର ୩ ଡୋଜ୍ କରୋନା ଟିକା ଜାଇକୋଭ-ଡିକୁ ଏହି ସପ୍ତାହରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଏକ ସୁତ୍ରରୁ ଜଣାପଡିଛି ।