ଜାନୁଆରୀ ୩ରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି କରୋନା ସଂକ୍ରମଣ । ଏ ନେଇ ଆମକୁ ସାବଧାନ ରହିବାକୁ ହେବ । ଟିକାକରଣ ଆରମ୍ଭରୁ ହିଁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ୱାରା କେଉଁମାନଙ୍କୁ ପ୍ରଥମେ ଟିକାକରଣ କରାଯିବ । କୋଭିଡ ହୋଇଥିବା ବ୍ୟକ୍ତି କେବେ ଟିକା ନେବେ ଇତ୍ୟାଦି ସ୍ପଷ୍ଟ କରାଯାଇଥିଲା । ଅନ୍ୟପକ୍ଷରେ ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧିପାଇଛି ।

ସେହିପରି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାଦ ଭାରତରେ ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଅସନ୍ତା ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକା କରଣ ହେବ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୧ କୋଟି ଡୋଜ୍‌ ଭ୍ୟାକସିନ ଦିଆସରିଛି । ବର୍ତ୍ତମାନ ୧୮ ଲକ୍ଷ ଆଇସୋଲେସନ ବେଡ ପ୍ରସ୍ତୁତ ରହିଛି ।