ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ଚକମା ଦେବା ପାଇଁ ନୂଆ ଟିକା ପ୍ରସ୍ତୁତ ହେଉଛି । ଏହି ଟିକା ଜେନୋଭା ବାୟୋଫାର୍ମାସିଟ୍ୟୁକାଲ କମ୍ପାନି ପ୍ରସ୍ତୁତ କରୁଛି । ସେହିପରି ଓମିକ୍ରନ ବିରୋଧୀରେ ଖୁବଶୀଘ୍ର ଏହି ଟିକାର ପରୀକ୍ଷଣ ଆରମ୍ଭ ହେବ । କମ୍ପାନି ୨ଟି ପର୍ଯ୍ୟାୟ ପରୀକ୍ଷଣର ବିବରଣୀ ସରକାରଙ୍କୁ ପ୍ରଦାନ କରିସାରିଥିବା ବେଳେ ୩ହଜାର ଲୋକଙ୍କ ଉପରେ ହୋଇଥିବା ପରୀକ୍ଷଣରୁ ଜଣାପଡିଛି ଯେ ଏହି ଟିକା ଓମିକ୍ରନ ବିରୋଧରେ ବେଶ ପ୍ରଭାବୀ ।
ଯଦି ସବୁ କିଛି ଠିକଠାକ୍ ରୁହେ ତେବେ ଖୁବଶୀଘ୍ର ଏହି ଟିକା ଉତ୍ପାଦନ ଆରମ୍ଭ କରିବା ହେବ । ବର୍ତ୍ତମାନ ଭାରତରେ ଧିରେ ଧିରେ ବୃଦ୍ଧି ପାଉଥିବା ଏହି ନୂଆ ଭାରିଆଣ୍ଟକୁ ଚକମା ଦେବାକୁ ନୂଆ ଟିକା ପ୍ରସ୍ତୁତି ଉପରେ ଜୋର ଦେଇଛନ୍ତି । ସେହିପରି କମ୍ପାନି ଏହି ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯିବ ବୋଲି ଜଣାପଡିଛି ।