ନୂଆଦିଲ୍ଲୀ : ଦେଶରେ ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ କରାଯିବ । ଏହି ସୂଚନା ଦେଇଛନ୍ତି ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ଚେୟାରମ୍ୟାନ । ସେହିପରି ୩ ଜାନୁଆରୀରୁ ଆରମ୍ଭ ହୋଇଥିବା ପିଲାମାନଙ୍କ ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି ।
ଅନ୍ୟପକ୍ଷରେ ୧୫ରୁ ୧୮ବର୍ଷ ବୟସର ପିଲାମାନଙ୍କୁ ବର୍ତ୍ତମାନ ୩.୩୧କୋଟି ଟିକାକରଣ କରାଯାଇଛି । ସେହିପରି ଜାନୁଆରୀ ଶେଷ ବେଳକୁ ସମସ୍ତ ପିଲାଙ୍କୁ ଟିକାକରଣର ପ୍ରଥମ ଡୋଜ ଯୋଗାଇବା ପରେ ଦ୍ୱିତୀୟ ଡୋଜ ଦେବା ପାଇଁ ଫେବୃଆରୀରୁ ଆରମ୍ଭ ହେବ । ସେଥିପାଇଁ ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରୁ ୧୨ରୁ ୧୪ବର୍ଷ ମଧ୍ୟରେ ପିଲାମାନଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।