ମୁମ୍ବାଇ: ଭିକି-କ୍ୟାଟ୍ରିନା ଗତ ଡିସେମ୍ବର ୯ରେ ବିବାହ ସରିଛି । ବିବାହ ପୂର୍ବରୁ ଉଭୟ ପ୍ରାୟ ଦୁଇବର୍ଷ ପରସ୍ପରକୁ ଡେଟ କରିଥିଲେ । ଏହି ସମୟରେ ଉଭୟ କୌଣସି ପ୍ରୋଜେକ୍ଟ କିମ୍ବା ବିଜ୍ଞାପନରେ ଏକାଠି କାମ କରିନଥିଲେ । ବର୍ତ୍ତମାନ ନିର୍ମାତା ଉଭୟଙ୍କୁ ଏକାଠି କାଷ୍ଟ କରିବାକୁ ଚାହୁଁଛନ୍ତି । ବିବାହ ପରେ ଦୁହିଁଙ୍କୁ ଅନେକ ଅଫର୍ ମିଳିଛୁ । ସୂଚନା ଅନୁଯାୟୀ ଭିକି-କ୍ୟାଟ୍ ଏକ ନୂଆ ପ୍ରୋଜେକ୍ଟରେ ସାଇନ୍ କରିଛନ୍ତି । ଉଭୟ ଖୁବ୍ଶୀଘ୍ର ଏକ କମର୍ସିୟାଲରେ ନଜର ଆସିବେ । ଖୁବଶୀଘ୍ର ଏହାର ସୁଟିଂ କରାଯିବ ବୋଲି ସେ କହିଛନ୍ତି ।