ପ୍ରୟାଗରାଜ ତ୍ରିବେଣୀ ସଂଗମରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ପରେ କଠୋର ନିୟମ ଆପଣେଇଛନ୍ତି ଉତ୍ତରପ୍ରଦେଶ ପ୍ରଶାସନ । ଉତ୍ତରପ୍ରଦେଶ ପ୍ରଶାସନ ସମସ୍ତ ଭିଭିଆଇପି ପାସଗୁଡ଼ିକୁ ବାତିଲ କରିଛନ୍ତି ।
ଗତକାଲି ବିଶ୍ୱର ସର୍ବବୃହତ ଧାର୍ମିକ ସଭାରେ ମୌନି ଅମାବାସ୍ୟା ଅବସରରେ ପବିତ୍ର ବୁଡ଼ ପକାଇବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ ପାଇଁ ଯାଉଥିବା ବେଳେ ଦଳାଚକଟାରେ ୩୦ ଜଣଙ୍କର ପ୍ରାଣହାନି ହୋଇଥିବାବେଳେ ୬୦ ଜଣ ଆହତ ହୋଇଥିଲେ ।