ମୁମ୍ବାଇ : ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଆଲିବାଗରେ ଏକ ଫାର୍ମହାଉସ୍ ନିର୍ମାଣ କରିବାକୁ ଯାଉଛନ୍ତି । ବିରାଟ ଆଲିବାଗ ଜିରାଡ ଗାଁର ଏକ ଜମି କିଣିଛନ୍ତି । ଯାହା ୮ ଏକର ବୋଲି କୁହାଯାଉଛି । ବିରାଟ ଏବଂ ଅନୁଷ୍କା ଏହି ଜମିକୁ ୧୯.୧୫ କୋଟିରେ କିଣିଛନ୍ତି । ସୂଚନା ଅନୁଯାୟୀ ବିରାଟ କିଶୋର କୁମାରଙ୍କ ଜୁହୁ ବଙ୍ଗଳା ପାଖରେ ୫ବର୍ଷ ପାଇଁ ଲିଜରେ ସ୍ଥାନ ଦିଆଯାଇଛି । ଯେଉଁଠାରେ ସେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି ।