ନୂଆଦିଲ୍ଲୀ: ଟେନିସ୍ ଖେଳାଳି ସାନିଆ ମିର୍ଜା ଦୁବାଇରୁ ଗୋଲଡେନ୍ ଭିସା ପାଇଛନ୍ତି । ଏହି ଭିସା ପାଇବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ ହୋଇଛନ୍ତି । ସାନିଆ ମିର୍ଜା ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସହ ୟୁଏଇରେ ରହିପାରିବେ । ୧୦ ବର୍ଷ ପର୍ୟ୍ୟନ୍ତ ୟୁଏଇର ଗୋଲଡେନ୍ ଭିସା ପାଇବା ପରେ ସାନିଆ କହିଛନ୍ତି, ପରିଚୟ ଏବଂ ନାଗରିକତ୍ୱ ପାଇଁ ଫେଡେରାଲ୍ ଅଥରିଟି ଶେଖ ମହମ୍ମଦ ବିନ୍ ରସିଦଙ୍କୁ ସେ ଧନ୍ୟବାଦ ଦେଉଛନ୍ତି । ଯିଏକି ତାଙ୍କୁ ଦୁବାଇର ଗୋଲଡେନ୍ ଭିସା ଦେଇଛନ୍ତି । ସେ କହିଛନ୍ତି ଯେ ଦୁବାଇ ତାଙ୍କ ଏବଂ ତାଙ୍କ ପରିବାରର ଅତି ନିକଟତର । ଏହା ହେଉଛି ସେମାନଙ୍କର ଦ୍ୱିତୀୟ ଘର ଯେଉଁଠାରେ ସେମାନେ ସମୟ ବିତାଇବାକୁ ଚାହାଁନ୍ତି । ଭାରତର ନିର୍ବାଚିତ ନାଗରିକମାନଙ୍କ ମଧ୍ୟରୁ ଜଣେ ହେବା ମୋ ପାଇଁ ଗୌରବର ବିଷୟ । ଏହା ଆମ ଟେନିସ୍ ଏବଂ କ୍ରିକେଟ୍ ଏକାଡେମୀରେ କାମ କରିବାର ସୁଯୋଗ ଦେବ । ଗୋଲଡେନ୍ ଭିସା ମାଧ୍ୟମରେ ଜଣେ ୟୁଏଇରେ ୧୦ ବର୍ଷ ରହିପାରିବ । ଏହା ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ଶାହାରୁଖ ଖାନଙ୍କୁ ମଧ୍ୟ ଗୋଲଡେନ ଭିସା ମିଳିସାରିଛି । ଏହାସହ ସାନିଆ ମିର୍ଜା ଏହି ଗୋଲଡେନ୍ ଭିସା ପାଇବାରେ ତୃତୀୟ ଭାରତୀୟ ହୋଇଛନ୍ତି ।