ଚାଇନା କମ୍ପାନୀ ସାଓମି ପରେ ଇଡି ଟାର୍ଗେଟରେ ଭିଭୋ

ଚାଇନା କମ୍ପାନୀ ସାଓମି ପରେ ଇଡି ଟାର୍ଗେଟରେ ଭିଭୋ । ପ୍ରବର୍ତ୍ତନ….

ନୂଆଦିଲ୍ଲୀ : ଚାଇନା କମ୍ପାନୀ ସାଓମି ପରେ ଇଡି ଟାର୍ଗେଟରେ ଭିଭୋ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଭିଭୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିହାର, ଉତ୍ତରପ୍ରଦେଶ, ଝାରଖଣ୍ଡ, ପଞ୍ଜାବ, ହରିୟାଣା ସମେତ ଦେଶର ୪୦ରୁ ଅଧିକ ସ୍ଥାନରେ ଇଡି ପକ୍ଷରୁ ରେଡ ହୋଇଛି । ଏପ୍ରିଲରେ ଭିଭୋର ମାଲିକାନା ଏବଂ ଆର୍ଥିକ ରିପୋର୍ଟର ଅସଙ୍ଗତି ନେଇ ତଦନ୍ତ କରାଯାଇଥିଲା । ଏପ୍ରିଲରେ ଇଡି ଏହାର ବାଙ୍ଗାଲୁରୁ କାର୍ଯ୍ୟାଳୟରୁ ୫,୫୫୧ କୋଟି ଟଙ୍କା ଜବତ କରିଛି । ବେଆଇନ ଭାବେ କମ୍ପାନୀ ତାର ଆୟ ଭାରତ ବାହାରକୁ ପଠାଇଥିବା ଆଭିଯୋଗ ହୋଇଥିଲା ।

ଇଡିର କହିବା ଅନୁସାରେ, ଚାଇନାରେ ଅବସ୍ଥିତ ଏହାର ସହଯୋଗୀ କମ୍ପାନୀଙ୍କ ନିର୍ଦ୍ଦେଶରେ କମ୍ପାନୀ ରୟାଲିଟି ନାମରେ ଅର୍ଥ ଅପବ୍ୟବହାର କରୁଛି । ଏପରିକି ସମାନ ଆଇଏମଇଆଇ ନମ୍ବରରେ କଂପାନୀ ବିପୁଳ ପରିମାଣରେ ମୋବାଇଲ ବଜାରକୁ ଛାଡି କୋଟି କୋଟି ଟଙ୍କା ରୋଜଗାର କରୁଛି । ସୂଚନାଯୋଗ୍ୟ ପ୍ରତିଟି ମୋବାଇଲରେ ୧୫ ସଂଖ୍ୟା ବିଶିଷ୍ଟ ଏହି ଆଇଏମଇଆଇ ନମ୍ବରରେ ରହିଥାଏ ଯାହାକି ସ୍ମାର୍ଟ ଫୋନ ଚିହ୍ନଟରେ ସହାୟକ ହୋଇଥାଏ । ସେହିଭଳି ଚଳିତ ବର୍ଷ ଫେବୃଆରୀ ମାସରେ ଆୟକର ବିଭାଗ ଚାଇନାର ହ୍‌ବେଇ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଥିଲା । ଏହି ମାମଲାରେ ଦିଲ୍ଲୀ, ହରିୟାଣା, ବାଙ୍ଗାଲୋର ଏବଂ ଗୁରୁଗ୍ରାମରେ ଚଢାଉ କରାଯାଇଥିଲା ।