ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ

ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା …

ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ମତଦାନ। ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାରେ ୬୦ଟି ଲେଖାଏ ଆସନ ରହିଥିବା ବେଳେ ଉଭୟ ରାଜ୍ୟରେ ୫୯ଟି ଲେଖାଏ ଆସନରେ ଆଜି ଭୋଟ୍ ଗ୍ରହଣ ହେଉଛି। ମେଘାଳୟର ହୋହିଓଙ୍ଗ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯିବାରୁ ଏଠାରେ ଭୋଟ୍ ଗ୍ରହଣ ବନ୍ଦ ରହିଛି।

ସେହିପରି ନାଗାଲ୍ୟାଣ୍ଡରେ ଅକୁଲୁଟୋ ଆସନରୁ କଂଗ୍ରେସ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେବାରୁ ବିଜେପି ନିଦ୍ୱର୍ନ୍ଦ୍ୱରେ ଏହି ଆସନ ହାତେଇଛି। ତେଣୁ ଏଠାରେ ଭୋଟ୍ ଗ୍ରହଣ ହେଉ ନାହିଁ।  ମେଘାଳୟରେ ମୋଟ ୩୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୧ ଲକ୍ଷ ଭୋଟର। ଏଥିପାଇଁ ରାଜ୍ୟରେ ମୋଟ ୩ ହଜାର ୪ଶହ ୧୯ଟି ପୋଲିଂ ବୁଥ୍ କରାଯାଇଛି। ମାର୍ଚ୍ଚ ୨ ତାରିଖରେ ଉଭୟ ରାଜ୍ୟର ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।