ଆମ ଦେଶର ସୁରକ୍ଷା ଜାରି ରଖିବୁ -ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୩ୟ ଦିନ। ରୁଷ ସେନା କିଭ୍‍ ରେ ପ୍ରବେଶ କରିସାରିଥିବା ସହ ରାଜଧାନୀକୁ ଯେକୌଣସି ମୂହୁର୍ତ୍ତରେ ମଧ୍ୟ ଅଧିକୃତ କରିପାରନ୍ତି, ଏଭଳି ପରିସ୍ଥିତିରେ  ମଧ୍ୟ  ୟୁକ୍ରେନ ହାର ମାନିନାହିଁ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଭିଡିଓ ବାର୍ତ୍ତାରୁ ଏହି ସୂଚନା ମିଳିଛି। ସେ ସୋସିଆଲ ମିଡିଆ ଯୋଗେ ଏହି ଭିଡିଓ ଜାରି କରିଛନ୍ତି।
ଏହି ଭିଡିଓ ବାର୍ତ୍ତାରେ, ଅନ୍ୟ କେତେକ ସହଯୋଗୀ ମଧ୍ୟ ଜେଲେନସ୍କିଙ୍କ ସହିତ ଥିବାର ଦେଖାଯାଉଛି।

ଜେଲେନସ୍କି କହିଛନ୍ତି “ଆମେ ଏଠାରେ ଅଛୁ। ଆମର ସୈନ୍ୟବାହିନୀ ଏଠାରେ ଅଛନ୍ତି। ଆମର ନାଗରିକମାନେ ମଧ୍ୟ ଏଠାରେ ଅଛନ୍ତି। ଆମର ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଆମେ ଏଠାରେ ଅଛୁ। ଆମେ ଆମ ଦେଶକୁ ସୁରକ୍ଷା ଦେଉଛୁ ଏବଂ ଜାରି ରଖିବୁ। ଏହି ଭିଡିଓରେ ତାଙ୍କ ସହ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରିୟ ଭବନର କର୍ମଚାରୀ ଏବଂ ଅନ୍ୟ କିଛି ଅଧିକାରୀ ମଧ୍ୟ ଅଛନ୍ତି। ” ଜେଲେନସ୍କି ଏହି ଭିଡିଓ ବାର୍ତ୍ତା ଯୋଗେ ପ୍ରକାଶ କରିଛନ୍ତି , ଯେଉଁ ସମୟରେ ତାଙ୍କ ଦେଶ ଛାଡି ପଳାଇଥିବାର ଗୁଜବ ନିଆଁ ପରି ବ୍ୟାପିଗଲା। ଏଭଳି ପରିସ୍ଥିତିରେ ସେ ଭିଡିଓ ଜାରି କରି ନିଶ୍ଚିତ କରିଛନ୍ତି ଯେ ସେ କିଭ୍‍ ରେ ଅଛନ୍ତି ଏବଂ ନିଜ ଦେଶକୁ ରକ୍ଷା କରିବା ପାଇଁ ଶେଷ ନିଶ୍ୱାସ ପର୍ୟ୍ୟନ୍ତ ସଂଗ୍ରାମ ଜାରି ରଖିବେ।