WHO ଏବଂ ୟୁନିସେଫ୍ ପରାମର୍ଶ : ୫ବର୍ଷରୁ କମ୍ ବୟସର ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ

ନୂଆଦିଲ୍ଲୀ:- ମହାମାରୀ କରୋନା ଦ୍ୱିତୀୟ ଲହର୍‌ ପରେ ତୃତୀୟ ଲହର ଆସିବ ବୋଲି ଅନେକ ବିଶେଷଜ୍ଞ ମତ ଦେଉଛନ୍ତି । ତେବେ ଟିକା ନେବା ପରେ ବି ସତର୍କ ରହିବା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏବେ କେନ୍ଦ୍ର ସରକାର ଶିଶୁଙ୍କ ପାଇଁ ନୂଆ ଗାଇଲାଇନ୍‌ ଜାରି କରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ଡାଇରେକ୍ଟରେଟ୍‌ ଜେନେରାଲ ଅଫ୍‌ ହେଲଥ୍‌ ସର୍ଭିସେସ୍‌ କହିଛି ଯେ, କରୋନା ସଂକ୍ରମିତ ଶିଶୁଙ୍କ ଚିିକିତ୍ସା ପାଇଁ ଜରୁରୀ ଗାଇଡଲାଇନ୍‌ ଜାରି କରାଯାଇଛି । ୫ ବର୍ଷ ବା ଏହାଠୁ କମ୍‌ ବୟସର ଶିଶୁଙ୍କ ମାସ୍କ ଆବଶ୍ୟକ ନାହିଁ । ଏହି ଗାଇଡଲାଇନ ୧୮ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଅଧିକ ସମସ୍ୟା ହେଲେ ଟେଷ୍ଟ କରିବା ଆବଶ୍ୟକ । ଶିଶୁଙ୍କୁ ପାରାସିଟାମଲ୍‌ ଦିଆଯାଇ ପାରିବ ।