ପରକୀୟା ପ୍ରୀତି ପାଇଁ ନାଇଜେରିଆ ନାଗରିକଙ୍କୁ ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ : ନାଇଜେରିଆ ଜଣେ ନାଗରିକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ଦିଲ୍ଲୀ ନିହାଲବିହାର ଅଞ୍ଚଳରେ ଜଣେ ଏହି ହତ୍ୟା ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ନାମ ଇମେନୁଅଲ । ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ତାଙ୍କ ସ୍ତ୍ରୀ ମଧ୍ୟ ନାଇଜେରିଆର ନାଗରିକ । ପୋଲିସର କହିବା ଅନୁସାରେ ଦୀନ୍ ଦୟାଲ ହସ୍ପିଟାଲରୁ ସୂଚନା ମିଳିଲା ଯେ, ଇମେନୁଅଲ ନାମକ ଜଣେ ବ୍ୟକ୍ତି ଯିଏ କି ଦିଲ୍ଲୀ ଦ୍ବାରକା ମୋଡରେ ରହୁଥିଲେ ତାଙ୍କ ମୃତଦେହ ହସ୍ପିଟାଲକୁ ଅଣାଯାଇଛି ।

ପୋଲିସ ତଦନ୍ତରୁ ଜଣାପଡିଲା ଯେ, ଇମେନୁଅଲଙ୍କର ଏବିଗେଲଙ୍କ ସହ ୨୦୧୯ରେ ବିବାହ ହୋଇଥିଲା । ବିବାହର ମାତ୍ର ଏକ ମାସ ପରେ ଉଭୟ ଅଲଗା ରହୁଥିଲେ । ଗତ ଦୁଇ ମାସ ହେବ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା । ତଦନ୍ତ ସମୟରେ ଏବିଗେଲ କହିଥିଲେ ଯେ, ଗତ ୨୫ ତାରିଖ ଦିନ ସେ ଇମେନୁଅଲଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ସେ ଇମେନୁଅଲଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ୨୬ ତାରିଖରେ ଇମେନୁଅଲ ସ୍ତ୍ରୀ ଏବିଗେଲଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପୁଣି ଆଉ ଥରେ ଭୀଷଣ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଏବିଗେଲ ସ୍ବାମୀ ଇମେନୁଅଲଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।