ପଶ୍ଚିମବଙ୍ଗ ରାଜନୀତି ଭୋଗିବ କି ମହାରାଷ୍ଟ୍ର ଦଶା

କୋଲକାତା: ଟିଏମ୍‌ସିର କାଳିଘାଟ ସମାବେଶରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଦେଖିବା ପରେ ରାଜନୀତି ସମୀକ୍ଷକମାନେ ନାନା ମତପୋଷଣ କରିଛନ୍ତି ଯାହାକୁ ବିଶ୍ଲେଷଣ କଲେ, ମମତାଙ୍କ ହାତରୁ ତୃଣମୂଳ ଖସିଯାଇ ଅଭିଷେକଙ୍କ ହାତମୁଠାରେ ରହିଯିବାର ପ୍ରତୀୟମାନ ହେଉଛି ।

ଏମିତି ପରିସ୍ଥିତି ମହାରାଷ୍ଟ୍ରରେ ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାର ଓ ତାଙ୍କ ପୁତୁରା ଅଜିତ ପାୱାରଙ୍କ ଭିତରେ ଦେଖିବାକୁ ମିଳିଥିଲା । ଯଦିଓ ମମତା ଓ ଅଭିଷେକଙ୍କ ସଂପର୍କ ଏତେ ଖଟା ହୋଇନି, ତଥାପି ଦଳରେ ମମତାଙ୍କ ପତିଆରା କ୍ରମେ ମଳିନ ପଡ଼ି ଯାଉଥିବା ଦେଖିବାକୁ ମିଳିଛି ।

ବୟସର ଅପରାହ୍ଣରେ ମମତା ପହଂଚି ଥିଲାବେଳେ ଅଭିଷେକ ଏବେ ମଧ୍ୟାହ୍ନରେ । ଯୁବ ମହଲରେ ଅଭିଷେକଙ୍କ ଲୋକପ୍ରିୟତା ବୃଦ୍ଧି ପାଇବା ଅବାସ୍ତବ ନୁହେଁ । ମମତା ଦିଦିଙ୍କ ପାଖେ ପାଖେ ରହି ରାଜନୈତିକ ଗୋଟିଚାଳନା ଶିଖୁଛନ୍ତି ଅଭିଷେକ । ମଉକା ଦେଖି ଅଜିତଙ୍କ ଭଳି ଶରଦଙ୍କୁ ଧୋକା ନ ଦିଅନ୍ତୁ ଅଭିଷେକ । ଏତିକି କାମନା ।