୨୪ ଘଣ୍ଟା ମଧ୍ୟରେ ୪୪,୬୪୩ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିଦେଶରେ ୨ହ୍ନଟ

ନୂଆଦିଲ୍ଲୀ,(ଏସ୍ ନ୍ୟୁଜ): ଦେଶରେ ଏବେ ଉପରମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକ ମଧ୍ୟରେ ଦେଶରେ ୪୪,୬୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟରେ ୪୧,୦୯୬ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହେଉଥିବା ଲୋକଙ୍କ ଠାରୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ତୃତୀୟ ଲହର ଆଶଙ୍କା ବୃଦ୍ଧିପାଉଛି।

ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୧୦,୧୫,୮୪୪ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ଏଥିସହିତ ଦେଶରେ ସଂପ୍ରତି ୪,୧୪,୧୫୯ ଜଣ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି। ଆରୋଗ୍ୟ ହାର ୯୭.୩୬% ରହିଥିବାବେଳେ ଦୈନିକ ସଂକ୍ରମଣ ୨.୭୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୪୧% ରହିଛି। ଗୁରୁବାର ସଂଧ୍ୟାସୁଦ୍ଧା ୪୭.୬୫ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୪୯.୫୩ କୋଟି ପାନ ଟିକା ଦିଆଯାଇଛି।