ପୁଣେ: ପୁଣି ଆଉ ଏକ ଏକ ହୃଦୟଥରା ଦୁଷ୍କର୍ମ ଘଟିଛି। ମହାରାଷ୍ଟ୍ରର ପୁଣେରେ ଏହି ଦୁଷ୍କର୍ମ ହୋଇଛି । ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କ ଆଖି ତାଡ଼ିନେଇଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଯାଇଛି। ବୁଧବାର ପୁଣେର ଶିରରୁ ତହସିଲରେ ଘଟଣାଟି ଘଟିଥିବା ବେଳେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।
ସୂଚନା ମୁତାବକ, ସେ ବୁଧବାର ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଟାଣି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ପୀଡ଼ିତା ବିରୋଧ କରିବାରୁ ଅଭିଯୁକ୍ତଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଆଖି ତାଡ଼ି ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ପୀଡ଼ିତା ପାଟି କରି ସାହାଯ୍ୟ ମାଗିବାରୁ ସ୍ଥାନୀୟ ଲୋକେ ଆସି ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭିଯୁକ୍ତର ପରିଚୟ ମିଳି ପାରିନଥିବା ବେଳେ ପୁଲିସ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏହା ସହ ଚିକିତ୍ସା ପରେ ପୀଡ଼ିତାଙ୍କ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି।