ରୁଷ-ୟୁକ୍ରେନ ଯୁଦ୍ଧ ଲାଗି ବିଶ୍ୱରେ ବଢୁଛି ତୈଳ ଦର
ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ….
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ମୋଦୀ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ହିଁ କୌଣସି ରାସ୍ତା ବାହାରି ପାରିବ । ଏଥିସହିତ ଯଥାଶୀଘ୍ର ଯୁଦ୍ଧରେ ବିରାମ ଲାଗିବା ଉଚିତ । ଯୁଦ୍ଧରେ ହୋଇଥିବା ମାନବୀୟ କ୍ଷତିକୁ ନେଇ ଭାରତ ଦୁଃଖିତ । ଭାରତ ଶାନ୍ତିର ଆହ୍ୱାନ ଦେଉଛି । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱରେ ତୈଳ ଦର ବଢିଛି । ୟୁକ୍ରେନକୁ ମାନବୀୟ ସହାୟତା ପଠାଇଥିବା କଥା ମଧ୍ୟ ମୋଦୀ କହିଛନ୍ତି ।
ଅନ୍ୟପଟେ ମୋଦୀଙ୍କ ସହ ଆଲୋଚନା ପରେ ଜର୍ମାନୀ ଚାନସେଲର ଔଲାଫ ସ୍କେଲଜ ମଧ୍ୟ ଯୁଦ୍ଧରେ ବିରାମ ଲଗାଇବାକୁ ରୁଷକୁ ଅପିଲ କରିଛନ୍ତି । ଯୁଦ୍ଧ ଯୋଗୁ ସୀମା ପରିବର୍ତ୍ତନ ହେବନି ବୋଲି ସ୍କେଲଜ କହିଛନ୍ତି ।