୨୦୨୩ରେ ବିମାନ ଦୁର୍ଘଟଣାରୁ ତୃତୀୟ ବିଶ୍ୱଯୁଦ୍ଧ
ଗୋଟିଏ ପଟେ ଯୁକ୍ତରାଷ୍ଟ୍ର ଆମେରିକା ଓଗେର ଓ ଅନ୍ୟପଟେ ଚୀନ-ରୁଷିଆ ଓଗେର ଲଢ଼ିବେ….
ନୂଆଦିଲ୍ଲୀ: ବିଶିଷ୍ଟ ଫରାସୀ ଜ୍ୟୋତିର୍ବିଦ ନାସ୍ତ୍ରେଦୁମୁସଙ୍କ ଭବିଷ୍ୟବାଣୀକୁ ଭଲ ଭାବରେ ଅଧ୍ୟୟନ କରିବା ପରେ ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଜଣେ ବ୍ରିଟିଶ ଜ୍ୟୋତିର୍ବିଦ ଆଶଙ୍କା ପ୍ରକାଶ କରିଛନ୍ତି । ସଂପୃକ୍ତ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ପ୍ରତି ଅଧିକାଂଶ ଲୋକ ବିଶ୍ୱାସ ପ୍ରକଟ କରିଛନ୍ତି ।
ନିଜ ଭବିଷ୍ୟବାଣୀକୁ ଯଥାର୍ଥ ଦର୍ଶାଇବାକୁ ଯାଇ ଜ୍ୟୋତିର୍ବିଦ ଜଣକ ଚୀନ-ଥାଇଲାଣ୍ଡ ବିବାଦକୁ ଇଶାରା କରିଛନ୍ତି । ସେ କହିଛନ୍ତି, ମଝି ଆକାଶରେ ବିମାନ ଦୁର୍ଘଟଣାରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ । ଯୁକ୍ତରାଷ୍ଟ୍ର ଆମେରିକା ଥାଇଲାଣ୍ଡକୁ ସମର୍ଥନ କରିବ । ରୁଷିଆ ଚୀନକୁ ସମର୍ଥନ କରିବ । ଗୋଟିଏ ପଟେ ଯୁକ୍ତରାଷ୍ଟ୍ର ଆମେରିକା ଓଗେର ଓ ଅନ୍ୟପଟେ ଚୀନ-ରୁଷିଆ ଓଗେର ଲଢ଼ିବେ ।
ତୃତୀୟ ବିଶ୍ୱଯୁଦ୍ଧ ନିକଟରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଫିକା ପଡ଼ିଯିବ । ଦୀର୍ଘ ୭ ମାସ ଧରି ତୃତୀୟ ବିଶ୍ୱଯୁଦ୍ଧ ଚାଲିବ । ଉକ୍ତ ଯୁଦ୍ଧରେ ଭାରତ ନିରପେକ୍ଷ ରହିଲେ ମଧ୍ୟ ଦେଶର ଆର୍ଥିକ ସ୍ଥିତି ରସାତଳଗାମୀ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପ୍ରବଳ ଜନ ଆନ୍ଦୋଳନ ମୁଣ୍ଡ ଟେକିବ । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶକୁ ଛୁଇଁବ । ତେବେ ତୃତୀୟ ବିଶ୍ୱଯୁଦ୍ଧରେ ପୃଥିବୀ ଧ୍ୱଂସ ପାଇବନି ।