ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଯଶବନ୍ତଙ୍କ ପ୍ରତିକ୍ରିୟା
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ହାରିବା ପରେ ଯଶବନ୍ତ…
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ହାରିବା ପରେ ଯଶବନ୍ତ ସିହ୍ନା ରାଜନୀତିକ ଜୀବନରୁ ଦୂରେଇ ଯିବା ମୁଡ଼ରେ ଅଛନ୍ତି । ତାଙ୍କ କହିବା ମୁତାବକ ସେ କୌଣସି ରାଜନୈତିକ ଦଳରେ ଯୋଗଦେବେନାହିଁ । ବୟସ ଅଧିକା ଯୋଗୁଁ ସେ ଆଉ ରାଜନୀତିକ କ୍ୟାରିଅର ଆଗକୁ ନେବାକୁ ଚାହୁଁନାହାନ୍ତି । ପୂର୍ବ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ କହିଛନ୍ତି ମୋତେ ଦେଖିବାକୁ ପଡ଼ିବ ମୁଁ କେଉଁ ଭୂମିକା ନିର୍ବାହ କରିପାରିବି, ମୁଁ କେତେ ସକ୍ରିୟ ହୋଇପାରିବି । ମୋତେ ଏବେ ୮୪ ବର୍ଷ ହୋଇଗଲାଣି । ମୋତେ ଦେଖିବାକୁ ପଡ଼ିବ ମୁଁ କେତେ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିପାରିବି । ଯଶବନ୍ତ ସିହ୍ନା ଶାସକ ଦଳ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ହାରିବାକୁ ପଡ଼ିଥିଲା । ସିହ୍ନା କହିଛନ୍ତି ସେ ନିଦ୍ଦଳୀୟ ରହିବେ ଓ ଅନ୍ୟ କୌଣସି ଦଳ ସହିତ ଯୋଗଦାନ କରିବେ ନାହିଁ ।