ଟାଟାକୁ ହାତେଇଲା ଯୋଗୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଗ୍ରେଟର ନୋଏଡାରେ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଗ୍ରେଟର ନୋଏଡାରେ ଏସିଆର ସବୁଠୁ ବଡ ଏୟାରପୋର୍ଟକୁ ନେଇ ଗମ୍ଭୀରତାର ସହକାରେ କାମ କରୁଛନ୍ତି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରିଯୋଜନାର ଶିଳାନ୍ୟାସ କରିଥିଲେ । ଏହି ପରିଯୋଜନାର ପ୍ରଥମ ଫେଜ୍‌ ୨୦୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଇତିମଧ୍ୟରେ ଟାଟା ପ୍ରୋଜେକ୍ଟକୁ ନୋଏଡା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ନିର୍ମାଣର ଠିକା ମିଳିଛି । ଏନେଇ ଯମୁନା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପ୍ରାଇଭେଟ ଲିମିଟେଡ ଘୋଷଣା କରିଛି । ଏହି ଚୁକ୍ତି ଅନ୍ତର୍ଗତ ଟାଟା ପ୍ରୋଜେକ୍ଟସ ଏୟାରପୋର୍ଟର ଟର୍ମିନାଲ, ରନୱେ, ସଡକ ଓ ଅନ୍ୟ ସହାୟକ ଭବନ ନିର୍ମାଣ କରିବ । ବାଇଆଇଏପୀଏଲ ନୋଏଡା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ଇଞ୍ଜିନିୟରିଂ, ଡିଜାଇନ ଓ ନିର୍ମାଣ ପାଇଁ ଟାଟା ପ୍ରାଇଭେଟ ଲିମିଟେଡକୁ ଚୟନ କରିଛି ।