ଯୋଗ: ମହିଳା ସଶକ୍ତିକରଣ ପାଇଁ ସହଜ ଉପାୟ

ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସର ବିଷୟବସ୍ତୁ ରଖାଯାଇଛି ‘ମହିଳା ସଶକ୍ତିକରଣ ପାଇଁ ଯୋଗ’ । ଅବଳା ଦୁର୍ବଳା ନୁହନ୍ତି; ମାତ୍ର କାହିଁ କେଉଁ ଅମଳରୁ କବିତା, ବନିତା ଓ ଲତା ଅନ୍ୟର ସାହାରା ବିନା ବଂଚି ପାରିବେ ନାହିଁ ବୋଲି ଏକ ଧାରଣା ରହିଆସିଛି ।

ସମୟ ସୁଅରେ ଆଜି କବିତା, ବନିତା ଓ ଲତା ସ୍ୱାବଲମ୍ବୀ ହୋଇପାରିଛନ୍ତି । ଯୋଗ ଜରିଆରେ ମହିଳାଙ୍କ ମନ ଦୃଢ଼ ରହିବ । ଶରୀର ଫିଟ୍‌ ରହିବ । କାମ କରିବାର ଆଗ୍ରହ ସୃଷ୍ଟି ହେବ । କେବଳ ମହିଳା ନୁହନ୍ତି, ସବୁ ବୟସର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ରହିଛି ।

ତେବେ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସଟି ଖାସ୍‌ କରି ମହିଳାଙ୍କ ବୌଦ୍ଧିକ ଓ ଶାରିରୀକ ବିକାଶ ପ୍ରତି ଗୁରୁତ୍ୱାରୋପ କରିଛି । ଯୋଗ ପ୍ରତି ମହିଳାଙ୍କ ମନରେ ଆଗ୍ରହ ସୃଷ୍ଟି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ନାନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।