ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟର ଜରିଆରେ କାଉଁଡିଆ ଯାତ୍ରାର ଏୟାର ସର୍ଭେ କରିଛନ୍ତି । ଏହି ସମୟରେ କାଉଁଡିଆ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ରାସ୍ତାକୁ ଦେଖିବା ସହ ସମସ୍ତ କାଉଁଡିଆଙ୍କୁ ହାତ ଦେଖାଇ ଅଭିବାଦନ କରିଥିଲେ । ଏଥିସହିତ କାଉଁଡିଆଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ବିଶ୍ରାମ ସ୍ଥଳ ଓ ଖାଦ୍ୟପେୟ ବ୍ୟବସ୍ଥାକୁ ମଧ୍ୟ ଦେଖିଥିଲେ । କାଉଁଡିଆଙ୍କ ଉପରେ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ କାଉଁଡିଆଙ୍କ ପାଇଁ ପ୍ରଶାସନ ଦ୍ୱାରା କରାଯାଇଥିବା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ ।