ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବୃହତ୍ତ ବିଜୟ ପରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଯୋଗୀ ଆଦିତ୍ୟନାଥ । ସୂଚନାଯୋଗ୍ୟ ଯେ, ୟୁପିରେ ବିଜେପିର ବିପୁଳ ବିଜୟ ପରେ ଆସନ୍ତା ୧୯ ତାରିଖରେ ୟୁପିର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ସେହିପରି ଯୋଗୀ ପ୍ରଥମେ ଉପରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ଯୋଗୀଙ୍କ ନୂତନ କ୍ୟାବିନେଟକୁ ନେଇ ମୋଦିଙ୍କ ସହ ଆଲୋଚନା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।