ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ବୁକିଂ କରିପାରିବେ ଶ୍ରଦ୍ଧାଳୁ!
ପ୍ରଥମ ଥର ଶ୍ରଦ୍ଧାଳୁମାନେ ଶ୍ରନୀଗରରୁ ପଞ୍ଚତରଣୀୟ ପର୍ଯ୍ୟନ୍ତ ସହଜରେ ଯାତ୍ରା କରିପାରିବେ….
ଶ୍ରୀନଗର : ଜାମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ଅମରନାଥ ଯାତ୍ରା-୨୦୨୨ ପାଇଁ ଅନ୍ଲାଇନ୍ ବୁକିଂ ସେବା ପୋର୍ଟାଲ ଶୁଭାରମ୍ଭ କରିଛନ୍ତି । ଶ୍ରଦ୍ଧାଳୁ ଯାତ୍ରା ପାଇଁ ହେଲିକପ୍ଟର ଟିକେଟର ବୁକିଂ ପାଇଁ ଶ୍ରାଇନ୍ ବୋର୍ଡର ୱେବସାଇଟ୍ରେ ଲଗଇନ କରିପାରିବେ । ଅମରନାଥଙ୍କ ଭକ୍ତଙ୍କୁ ନୂଆ ଅନଲାଇନ ସେବା ସମର୍ପିତ କରିବାକୁ ଯାଇ ଉପରାଜ୍ୟପାଳ କହିଛନ୍ତି ଯେ, ଭଲ ଯୋଗାଯୋଗ ଓ ଶୀଘ୍ର ପହଞ୍ଚିବା ପାଇଁ ଶ୍ରୀନଗରରୁ ହେଲ ସେବା ଆରମ୍ଭ କରିବା ପାଇଁ ସରକାର ବହୁ ଦିନରୁ ଯୋଜନା କରିଥିଲେ । ପ୍ରଥମ ଥର ଶ୍ରଦ୍ଧାଳୁମାନେ ଶ୍ରନୀଗରରୁ ପଞ୍ଚତରଣୀୟ ପର୍ଯ୍ୟନ୍ତ ସହଜରେ ଯାତ୍ରା କରିପାରିବେ । ଏଥିସହିତ ଗୋଟିଏ ଦିନରେ ପବିତ୍ର ଯାତ୍ରା ପୂରା କରିପାରିବେ । ସୂଚନାଯୋଗ୍ୟ ଚଳିତ ବର୍ଷ ଅମରନାଥ ଯାତ୍ରା ଆସନ୍ତା ୩୦ ତାରିଖ ଠାରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ତାରିଖରେ ଶେଷ ହେବ ।