ଗାଡ଼ିର ରେଜିଷ୍ଟ୍ରେସନ କଲେ ଦେବାକୁ ହେବ ୬ ଗୁଣା ଚାର୍ଜ

ନୂଆଦିଲ୍ଲୀ : ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ କଲେ ଦେବାକୁ ହେବ ୬ ଗୁଣା ଚାର୍ଜ । ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି । ଏପ୍ରିଲ ୨୦୨୨ରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ । ଟ୍ରକ ଏବଂ ବସ୍ ପରି ବ୍ୟବସାୟିକ ଭାରିଯାନର ଫିଟନେସ ସାର୍ଟିଫିକେଟ ପାଇଁ ଆଠ ଗୁଣା ଫିସ୍ ଦେବାକୁ ହେବ । ପୂର୍ବରୁ ବାଇକ ପାଇଁ ରେଜିଷ୍ଟ୍ରେସନ ଫି ୩୦୦ ଟଙ୍କା ଥିବାବେଳେ ଏବେ ୧ ହଜାର ଟଙ୍କା ଦେବାକୁ ହେବ । ସେହିପରି ୩ ଚକିଆ ଯାନ ପାଇଁ ୬୦୦ ଟଙ୍କା ବଦଳରେ ୨୫୦୦ ଶହ ଟଙ୍କା ଦେବାକୁ ହେବ । କାର ଏବଂ ଜିପ୍ ଭଳି ହାଲୁକା ମୋଟର ଯାନ ପାଇଁ ରେଜିଷ୍ଟ୍ରେସନ ଫି ଥିବାବେଳେ ନୂଆ ନିୟମ ଅନୁସାରେ ୬୦୦ qq1qବଦଳରେ ୫୦୦୦ ଟଙ୍କା ଦେବାକୁ ହେବ । ସେହିପରି ଦାମୀ କାର ପାଇଁ ୫ ହଜାର ଥିବାବେଳେ ଏହା ପାଇଁ ୪୦ ହଜାର ଟଙ୍କା ରହିବ ।