ପାକିସ୍ତାନ ପାଇଁ ଗୁପ୍ତଚରଗିରି ଅଭିଯୋଗ: ୟୁଟୁବର ଜସବୀର ସିଂହ ଗିରଫ

ହରିଆଣା ନିବାସୀ ୟୁଟୁବର ଜ୍ୟୋତି ମାଲହୋତ୍ରାଙ୍କ ପରେ ପରେ ବୁଧବାର ଦିନ ୟୁଟୁବର ଜସବୀର ସିଂହଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ ଅଭିଯୁକ୍ତ ଜସବୀରଙ୍କ ଘର ରୂପନଗର ଅନ୍ତର୍ଗତ ମହ୍ଲାନ ଗ୍ରାମରେ ଜସବୀରଙ୍କ ୟୁଟୁବ୍ ଚାନେଲ ନାମଜାନ ମହଲ ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ଜସବୀର ପାକ୍ ସଂଗଠନ ପାଇଁ କାମ କରୁଥିଲେ ବିଦେଶରେ ବସବାସ କରୁଥିବା ବହୁ ସନ୍ଦିଗ୍ଧ ଭାରତୀୟଙ୍କ ତାଙ୍କର ସଂପର୍କ ଥିଲା

ଶୁଣିବାକୁ ମିଳିଛି, ଜସବୀର ପାକ୍ ନାଗରିକ ଏହସାନ୍ ଉରରହିମ ଓରଫ ଡାନିସ୍କୁ ଦିଲ୍ଲୀରେ ଆୟୋଜିତ ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଥିଲା

ପାକିସ୍ତାନ ସେନା ଅଧିକାରୀଙ୍କ ସହିତ ଅଭିଯୁକ୍ତ ଜସବୀର ଏକାଧିକ ବାର କଥା ହୋଇଛି ଜସବୀର ୨୦୨୦, ୨୦୨୧ ୨୦୨୪ ମସିହାରେ ପାକିସ୍ତାନ ଗସ୍ତ କରିଥିବାର ପ୍ରମାଣ ପଞ୍ଜାବ ପୁଲିସ ହାତରେ ପଡ଼ିସାରିଛି ତାଙ୍କ ନିକଟରୁ ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ମିଳିଛି ଯୋଉଥିରେ ବହୁ ପାକ୍ ନାଗରିକଙ୍କ ଫୋନ୍ ନମ୍ବର ରହିଛି